ଚିକିଟି ବ୍ଳକ ଅଧ୍ୟକ୍ଷ ହେଲେ ଆପନା ସେଠୀ।          

ଚିକିଟି ବ୍ଳକ ଅଧ୍ୟକ୍ଷ ହେଲେ ଆପନା ସେଠୀ।          

ଚିକିଟି-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଭାବେ ଆପନା ସେଠି ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି। ୧୭ ଗୋଟି ସମିତି ପାର୍ଥୀ ଙ୍କୁ ନେଇ ଅଧ୍ୟକ୍ଷ ପଦବୀ ପୂରଣ କରାଯାଇଥିବା ବେଳେ ବିଜେଡ଼ି ସମର୍ଥିତ ୧୪ ବିଜେପି ସମର୍ଥିତ ୨ ଏବଂ ସ୍ୱାଧୀନରୁ୧ ପାର୍ଥୀ ଅଛନ୍ତି।ତେବେ ଅଧ୍ୟକ୍ଷ ପଦବୀ ପାଇଁ ରାମଚନ୍ଦ୍ର ପୁର ପଞ୍ଚାୟତ ର ବିଜେଡ଼ି ସମର୍ଥିତ ସମିତି ସଭ୍ୟ ପାର୍ଥୀ ଆପନା ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ତେବେ ଅପର ପକ୍ଷରୁ କୌଣସି ଦଳ ନାମାଙ୍କନ ପତ୍ର ଦାଖଲ କରିନଥିଲେ।ଯାହା ଫଳରେ ଅପ୍ରତିଦ୍ବନ୍ଦି ଭାବେ ଆପନା ସେଠୀ ବିଜୟୀ ହୋଇଛନ୍ତି।ନବ ନିର୍ବାଚିତ ପାର୍ଥିଙ୍କୁ ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, କିଶୋର ପଣ୍ଡା, ଧର୍ମା ସାହୁ, କୃଷ୍ଣଚନ୍ଦ୍ର ସାହୁ, ଉମା ରେଡ୍ଡୀ,ମୁନା ପଣ୍ଡା ସମେତ ବ୍ଲକ ର ସଂଖ୍ୟାଧିକ ବିଜୁ କର୍ମୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।ଅଧ୍ୟକ୍ଷ ପଦକୁ ନେଇ ଏହି ବ୍ଲକ ରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପାଇଁ ପୋଲିସ ମୁତୟନ ହୋଇଥିଲେ।
ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *