ପଟ୍ଟାଙ୍ଗି ରେ ବିଜୟୀ ହେଲେ କଳ୍ପନା ପାଙ୍ଗି

ପଟ୍ଟାଙ୍ଗି ରେ ବିଜୟୀ ହେଲେ କଳ୍ପନା ପାଙ୍ଗି


ପଟ୍ଟାଙ୍ଗି ବ୍ଲକରେ ଅଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ସମର୍ଥିତ ପକ୍ଷରୁ କଳ୍ପନା ପାଙ୍ଗି ଏବଂ କଂଗ୍ରେସ ସମର୍ଥିତ ପକ୍ଷରୁ ଶସ୍ମିତା ତାଡିଙ୍ଗି ଅଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଥିଲେ l ପଟ୍ଟାଙ୍ଗି ବ୍ଲକରେ ସମୁଦାୟ 14 ଜଣ ସମିତି ସଭ୍ୟ/ସଭ୍ୟା ରହିଥିବା ବେଳେ ସେଥିମଧ୍ୟରୁ ବିଜେଡି ସମର୍ଥିତ ପାର୍ଥିନୀ କଳ୍ପନା ପାଙ୍ଗି ଙ୍କୁ 8ଜଣ ସମିତି ସଭ୍ୟ ଓ ସଭ୍ୟା ସପକ୍ଷରେ ଭୋଟ ଦେଇଥିବା ବେଳେ 5 ଜଣ କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ କିନ୍ତୁ ଜଣେ ସମିତି ସଭ୍ୟା ପାର୍ଥିନୀଙ୍କ ଅନୁପସ୍ଥିତି ରହିଥିବା ନିର୍ବାଚନ ଅଧିକାରୀ ଜଣାଇଥିଲେ l ପରିଶେଷରେ ନିର୍ବାଚନ ଅଧିକାରୀ ଅତିରୀକ୍ତ ତହସିଲଦାର ଦେବବ୍ରତ କାରାଟେ ଏବଂ ନନ୍ଧପୁର ବିଡ଼ିଓ ରାଜନୀକାନ୍ତ ଦାସ ପରିଚାଳନା କରି ପଟ୍ଟାଙ୍ଗି ବ୍ଲକର ଅଧକ୍ଷ ପଦ ଘୋଷଣା କରିଥିଲେ l ବିଜେଡି ସମର୍ଥିତ ପାର୍ଥିନୀ ବିଜୟୀ ହୋଇଥିବା ଯୋଗୁଁ କର୍ମୀମାନେ କଳ୍ପନା ପାଙ୍ଗିଙ୍କୁ ସ୍ୱାଗତ କରିବା ସହିତ ବାଜାବାଣ ଫୁଟାଇ ପଟ୍ଟାଙ୍ଗି ଗଙ୍ଗାମା ମନ୍ଦିରରୁ ଆରମ୍ଭ କରି ପଟ୍ଟାଙ୍ଗି ଅଞ୍ଚଳ ପରିକ୍ରମା କରିଥିଲେ l
କୋରାପୁଟ ପଟ୍ଟାଙ୍ଗି ରୁ କୁନା ଖରା ଙ୍କ ରିପୋଟ ଫୋକ୍ସ plus

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *