ପୂର୍ବ ଶତ୍ରୁତାକୁ ନେଇ ହଣା କଟା

ପୂର୍ବ ଶତ୍ରୁତାକୁ ନେଇ ହଣା କଟା

 

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆୟତ୍ତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଦଦା ଓ ଦୁଇ ଭାଇଙ୍କୁ ସମ୍ପର୍କୀୟ ପୁତୁରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଜଣଙ୍କ ସେମାନଙ୍କୁ କାତିରେ ଏକାଧିକ ଚୋଟ ପକାଇଥିବାର ଜଣାପଡିଛି। ଯେଉଁଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆୟତ୍ତପୁର ଗ୍ରାମର ବିଜୟ ସେଠି  ଏବଂ ତାଙ୍କ ପୁତୁରା ଅକ୍ଷୟ ସେଠି ପାଖାପାଖି ଘରେ ରୁହନ୍ତି। ତେବେ ଅକ୍ଷୟ ସଦାବେଳେ ଅକାରଣରେ ବିଜୟ ଏବଂ ତାଙ୍କ ପରିବାର ବର୍ଗକୁ ଗାଳି କରିଆସୁଥିବାର ଅଭିଯୋଗ ହୋଇଛି। ଆଜି ସକାଳେ ଅକ୍ଷୟ ଏହାର ସମାଧାନ ନିମନ୍ତେ ବିଜୟଙ୍କୁ ନିଜ ଘରକୁ ଡାକି ଏକ କାତିରେ ଏକାଧିକ ଚୋଟ ପକାଇଥିଲେ। ଏହା ଦେଖି ବିଜୟଙ୍କ ଦୁଇ ପୁତ୍ର ପ୍ରଭାତ ସେଠି  ଏବଂ ଶଶିକାନ୍ତ ସେଠି ସେଠାରେ ପହଞ୍ଚି ନିଜ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳକୁ ସେମାନଙ୍କୁ ମଧ୍ୟ ଅକ୍ଷୟ କାତିରେ ଏକାଧିକ ଚୋଟ ପକାଇଥିଲେ।

ଘଟଣାସ୍ଥଳରେ ସମସ୍ତ ତିନି ଜଣ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଭାବେ ତଳେ ପଡିଯାଇଥିଲେ। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ଅନ୍ୟ ଗ୍ରାମବାସିମାନେ ସମସ୍ତ ଗୁରୁତର ଆହତଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସମସ୍ତ ତିନି ଜଣ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଦେଇଛନ୍ତି। ଅପରପକ୍ଷରେ ଆକ୍ରମଣକାରି ଫେରାର ଥିବାବେଳେ ଖବର ପାଇ ପୋଲିସ ବାଣପୁର ମେଡିକାଲରେ ପହଞ୍ଚିଥିବା ଜଣାପଡିଛି।

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *