ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ପୋତିଦେଲା ପିଶାଚ ସ୍ୱାମୀ।

ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ପୋତିଦେଲା ପିଶାଚ ସ୍ୱାମୀ।

ପିଶାଚ ସ୍ୱାମୀର ଉନ୍ମୁକ୍ତ କାଣ୍ଡ , ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜିଅନ୍ତା ପୋତିଦେଲା ପିସାଚ ସ୍ବାମୀ। ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା, କଙ୍କଡ଼ାହାଡ଼ ବ୍ଲକ୍ , କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତ ଶୀତଳବସା ଗ୍ରାମରେ । ସେହି ଗାଁର ରଞ୍ଜନ ସାହୁ ନିଜ ୨୩ ବର୍ଷୀୟା ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରି ଜିଅନ୍ତା ପୋତି ଦେଇଥିବାର ଦେଖିବାକୁ ମିଳିଥିଲା।ଏହି ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୁକାନ୍ତିଙ୍କୁ ତାଙ୍କ ପରିବାର ଲୋକେ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ସୂଚନା ଅନୁଯାୟୀ ,ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସେହି ଗାଁର ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଜାନି ଯୌତୁକ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା । ତେବେ ଏହାକୁ ନେଇ ଗତ କାଲି ସଂନ୍ଧ୍ୟାରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ରରୂପ ଧାରଣ କରିଥିଲା । ଯାହାକୁ ନେଇ ସ୍ୱାମୀ ରଞ୍ଜନ ସ୍ତ୍ରୀ ସୁକାନ୍ତିଙ୍କୁ ଲହୁଲୁହାଣ କରି ଘର ବାଡ଼ିରେ ଥିବା ଏକ ଗାତରେ ପକେଇ ଦେଇଥିଲା । ଖବର ପାଇ ସୁକାନ୍ତିଙ୍କ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଘଟଣାଟିକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଚଳାଇଛି ।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Related post

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ହଟେଇବା ପାଇଁ ଭାରତ ବିଭିନ୍ନ କସରତ କରୁଛି | ଏକାବେଳେ ୨୩୨ ଆପ୍…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…
ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ଫୋକସ ପ୍ଲସ 05/02/2023(ରଓ୍ବୋ) ମଧ୍ୟପ୍ରଦେଶ ରଓ୍ବୋ ଜିଲ୍ଲା ରେ ଜଣେ ୧୬ ବର୍ଷର ନାବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି। ଦୁଇବର୍ଷ ତଳେ ବୃଦ୍ଧାଙ୍କ…

Leave a Reply

Your email address will not be published.