ଜଙ୍ଗଲ ନିଆଁକୁ ଆୟତ କଲା ଅଗ୍ନିଶମବାହିନୀ

ଜଙ୍ଗଲ ନିଆଁକୁ ଆୟତ କଲା ଅଗ୍ନିଶମବାହିନୀ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ମଝିକା ସାହିରେ ଥିବା କେତେକ ବାଉଁଶ ବୁଦାରେ ଆଜି ମଧ୍ୟାହ୍ନରେ କେହି ଦୁବୃର୍ତ ନିଆଁ ଲଗାଇ ଦେଇଥିଲା । ଫଳରେ ବାଉଁଶବୁଦାଗୁଡିକ ଜୋର୍‌ରେ ଜଳିବା ସହ ଆଖପାଖ ଅଂଚଳରେ ଥିବା ଶତାଧିକ ଶାଗୁଆନ ଗଛଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହା ଦେଖି ସ୍ଥାନୀୟ ଗ୍ରାମବାସୀମାନେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରାଯାଇ ପାରି ନଥିଲା । ଖବର ପାଇ ଅନୁଗୋଳ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲା । ଯାହା ଫଳରେ ବାଇଁଶ ଓ ଶାଗୁଆନ ଗଛଗୁଡିକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହି କାର୍ଯ୍ୟରେ ପ୍ରିୟବ୍ରତ ସ୍ୱାଇଁ,କୁନା ପ୍ରଧାନ,ହୀରାଲାଲ ସାହୁ, ଶୁଶାନ୍ତ କୁମାର ସ୍ୱାଇଁ,ସତ୍ୟସ୍ୱରୂପ ସ୍ୱାଇଁ,ଅଂଶୁମାନ ସ୍ୱାଇଁ,ଆୟୁଷ୍ମାନ୍ ସ୍ୱାଇଁଙ୍କ ସମେତ ମଝିକା ଗ୍ରାମବାସୀ ସହଯୋଗ କରିଥିଲେ ।

Related post

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚକୋଲେଟ ଖାଇବା କାହାର ପସନ୍ଦ ନଥାଏ | ଡାର୍କ ଚକୋଲେଟ୍‌ ଖାଇବା ତ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି…
ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ହଟେଇବା ପାଇଁ ଭାରତ ବିଭିନ୍ନ କସରତ କରୁଛି | ଏକାବେଳେ ୨୩୨ ଆପ୍…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…

Leave a Reply

Your email address will not be published.