ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ବାଲୁଗାଁ : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗିପଡିଛନ୍ତି। କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ।

ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାଇତ୍ୱ ଦେଇଥିବା ସେ କହିଛନ୍ତି। ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ।

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *