
ଆସୁଛି ବାତ୍ୟା:ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବ
- Breaking newsମୁଖ୍ୟ ଖବରରାଜ୍ୟ
- March 15, 2022
- No Comment
- 437
ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି ମୃତ୍ୟୁ ମହାପାତ୍ର ପ୍ରକାଶ କରିଛନ୍ତି । ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବବୋଲି IMD ପକ୍ଷରୁ ସୂଚନା ମିଳିଛି । । ଲଘୁଚାପ ସୃଷ୍ଟି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ ମୁଖ୍ୟ ଶରତ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ୨୦ ତାରିଖରେ ସ୍ପଷ୍ଟ ଭାବରେ ଜଣାପଡ଼ିବ । ଏହାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଶରତ ସାହୁ ।ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ନେଇ ଆକଳନ କରାଯାଇ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି। ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କିମ୍ବା ବାତ୍ୟା ହେବାର କୌଣସି ସୂଚନା ନ ଥିବା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଅଧିକ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ଓ ଆଖପାଖ ଭାରତ ମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ୧୩ ତାରିଖରୁ ତାହା କେନ୍ଦ୍ରୀୟ ବିଷୁବରେଖା ଆଖପାଖ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଥିଲା। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। ହେଲେ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି। ପୂର୍ବ ଟ୍ରାକ୍ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ। ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି। ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇପାରେ। ଆଗାମୀ ୫ ଦିନ ଯାଏ ବି ଓଡ଼ିଶାରେ ବାତ୍ୟା କିମ୍ବା ବର୍ଷାର କୌଣସି ସୂଚନା ନ ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।
ଗ୍ରୀଷ୍ମ ଦିନ ଆସିଲେ ମାନେ ପଡେ ଗ୍ରୁଣ୍ଣିବଳୟ କଥା ଆଉ ଲଘୁଚାପ ,ସେ ଲଘୁଚାପ ପରବତ୍ତୀ ମୁହୂଟିରେ ବାତ୍ୟା ର ରୂପ ନେଇପାରେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଭାରତୀୟ ସମୁଦ୍ର ପାଇଁ ପ୍ରଥମ ସାଇକ୍ଲୋଥନ୍ season ତୁ ଭାବରେ ବିବେଚନା କରାଯାଉଥିବାରୁ ଏହି ଘୂର୍ଣ୍ଣିବଳୟ ଆରମ୍ଭ ହୋଇଛି | ଆସନ୍ତା 24 ଘଣ୍ଟା ମଧ୍ୟରେ ଇକ୍ୟୁଟୋରିଆଲ୍ ଭାରତ ମହାସାଗରରେ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ସହିତ ବଙ୍ଗୋପସାଗରରେ ଚଳିତ ମାସରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ |
ତଥାପି, ଏହାର ତୀବ୍ରତା ସ୍ତର ଏବଂ ସାଇକ୍ଲୋନନ୍ ଗଠନର ସମ୍ଭାବନା ବିଷୟରେ ପୂର୍ବାନୁମାନ ଏପର୍ଯ୍ୟନ୍ତ କରାଯାଇ ନାହିଁ | ଭାରତ ପାଣିପାଗ ବିଭାଗ (ଆଇଏମଡି) ଏପର୍ଯ୍ୟନ୍ତ ଏ ବାବଦରେ କ official ଣସି ସରକାରୀ ପୂର୍ବାନୁମାନ କରିନାହିଁ
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପାସୁପାଲକ କହିଛନ୍ତି ଯେ NCEP GFS ମଡେଲ ସମ୍ଭାବ୍ୟ ବ୍ୟବସ୍ଥାର ପରିବର୍ତ୍ତନ ହେବାର ସମ୍ଭାବନାକୁ ସୂଚିତ କରିଛି ଏବଂ ଏହା ଭାରତ ଉପକୂଳରେ ପଡିପାରେ ନାହିଁ। ଗତ କିଛି ବର୍ଷ ମଧ୍ୟରେ ମାର୍ଚ୍ଚ ମାସରେ ଘୂର୍ଣ୍ଣିବଳୟର ହୋଇନାହିଁ। ତେବେ ଜଳବାୟୁ ପରିବର୍ତ୍ତନ ଭାରତର ଉପକୂଳ ଆଡକୁ ଗତି ହୋଇପାରେ ବୋଲି ସେ କହିଛନ୍ତି