ଶୋଇକି ଉଠିବା ପରେ ଥକି ଯାଉଛନ୍ତି କି ?

ଶୋଇକି ଉଠିବା ପରେ ଥକି ଯାଉଛନ୍ତି କି ?

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଏହି ଟେକନିକ ଆସିବ ଆପଣଙ୍କ କାମରେ ।
କିଛିଦିନ ତଳେ ଗୁଗୁଲ ସିଇଓ ସୁୁନ୍ଦର ପିଚାଇ ଏକ ସାକ୍ଷାତକାରରେ କହିଥିଲେ କି ସେ ନିଜକୁ ରିଲାକ୍ସ ରଖିବା ପାଇଁ କଣ କରୁଛନ୍ତି । ସେ ଏଭଳି ଏକ ଟେକିନିକ ବିଷୟରେ କହିଛନ୍ତି ଯାହାଦ୍ୱାରା  ଆପଣବି ଏକ ସୁଖ ନିଦ୍ରାରେ ଶୋଇ ପାରିବେ । ତେବେ ଆସନ୍ତୁ ଜାଣିବା ସେ ଟେକିନିକ ବିଷୟରେ ।
ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ସାଧାରଣ ଲୋକଙ୍କୁ ଏକ ସୁସ୍ଥ ନିଦ୍ରା ମିଳିବା କଷ୍ଟକର ହୋଇଗଲାଣି । ଲୋକମାନେ କାମ କରିକି ଆସି ଶୋଇପଡୁଛନ୍ତି କିନ୍ତୁ ଏକ ସୁସ୍ଥ ନିଦ୍ରା ମିଳୁନି । ସାଧାରଣତ ଲୋକମାନେ ଶୋଇକି ଉଠିଲା ପରେ ବି ଥକାପଣ ଅନୁଭବ କରୁଛନ୍ତି । ତେଣୁ ସୁ୍‌ସ୍ଥ ନିଦ୍ରା ପାଇଁ କେହି କେହି ଗିତ ଶୁଣନ୍ତି ତ କିଏ ଯୋଗ-ଧ୍ୟାନ ଦ୍ୱାରା ନିଜକୁ ଶାନ୍ତି ରଖିବାକୁ ଚେଷ୍ଟା କରୁଛନ୍ତି ।
ଏଣୁ ଆମେ ଆପଣଙ୍କୁ ଗୁଗୁଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କ ବିଷୟରେ କହିବୁ । ବର୍ତମାନ ଏକ ସାକ୍ଷାତକାରରେ ସେ ନିଜକୁ ରିଲାକ୍ସ ରଖିବା ପାଇଁ କଣ କରୁଛନ୍ତି । ସୁନ୍ଦର ପିଚାଇଙ୍କ ଏହି ଟେକନିକ ଆପଣଙ୍କ ବି କାମରେ ଆସିବ । ଦ ଉଆଲଷ୍ଟ୍ରିଟ ଜର୍ନଲରେ ଦେଇଥିବା ସାକ୍ଷାତକାରରେ ସେ ନିଜକୁ ରିଲାକ୍ସ ରଖିବା ପାଇଁ ନୋନ ସ୍ଲିପ ଡିପ ରେଷ୍ଟ  ବିଷୟରେ କହିଛନ୍ତି ।

 

 

ଏହାକୁ କରିବାକୁ ହେଲେ ଭୂଇଁ ଉପରେ ଆଖି ବନ୍ଦ କରିକି ଗଡିବାକୁ ପଡିବ । ଏହାପରେ ନିଜର ହାତ ଓ ପାଦକୁ ରିଲାକ୍ସ କରିବେ । ପରେ କୌଣସି ବି ଏକ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଏଥିରେ ଖୋଲା ଆକାଶ କିମ୍ବା ଏକ ଅନ୍ଧାର କଠୋରି ବିଷୟରେ ଭାବି ପାରିବେ । ଏଭଳି ସ୍ଥିତିରେ ଆପଣ ଶ୍ୱାଶ କ୍ରିୟା ଏବଂ ଶରୀରରେ ହେଉଥିବା ବିଭିନ୍ନ ସେନଶେସନ ଉପେରେ ଧ୍ୟାନ କେନ୍ଦ୍ରିତ କରିବେ । ଧ୍ୟାନ କରିବା କଷ୍ଟକର ହେବାରୁ ସୁନ୍ଦର ପିଚାଇ ୟୁଟ୍ୟୁବରୁ ଘଝଊଜ ଭିଡିଓ କାଡି ନିଜକୁ ରିଲାକ୍ସ କରୁଥିବା କହିଛନ୍ତି । ଘଝଊଜ   ଦ୍ୱାରା ଜଣକୁ ଗାଢ ନିଦ୍ରା ମିଳେ ଯାହାକି ସାଧାରଣ ଭାବେ ଶୋଇକି ଉଠିବା ନିଦରୁ ମିଳୁନାହିଁ । ନିଦ୍ରା ଷ୍ଟେନସପୋର୍ଡ ସ୍କୁଲ  ଅଫ ମେଡିସିନର ଡାକ୍ତର ହ୍ୟୁବରମ୍ୟାନ ଲେବ କହିବା ମୁତାବକ ଘଝଊଜ ଟେକନିକ  ଏମିତି ଲୋକମାନଙ୍କୁ ଆକୃଷ୍ଟ କରୁଛି  ଯେଉଁମାନଙ୍କୁ ଧ୍ୟାନ କରିବା ଅଭ୍ୟାସ ନାହିଁ । ଡାକ୍ତର ହ୍ୟୁବରମ୍ୟାନ ବି ଲମ୍ବା ସମୟ ଯାଏଁ ଏହି ଟେକନିକୁ ବ୍ୟବହାର କରିଛନ୍ତି । ଏମିତିରେ ଯେଉଁ ଲୋକମାନେ ଅନିଦ୍ରାର ସମସ୍ୟ।। ଭୋଗୁଛନ୍ତି ସେମାନଙ୍କ ପାଇଁ ଏହି ଟେକନିକ ଏକ ଭଲ ଉପୋଯୋଗୀ ହୋଇପାରିବ । ଏହି ଟେକନିକ ଦ୍ୱାରା ଶୀଘ୍ର ନିଦ ଆସେ ଷ୍ଟ୍ରେସବି ଦୂର ହୋଇଥାଏ ବୋଲି ଡାକ୍ତର ହ୍ୟୁବରମ୍ୟାନ କହିଛନ୍ତି ।

ଏମିତି ରହିଛି ସୁନ୍ଦର ପିଚାଇଙ୍କ ଫିଟନେସ ମନ୍ତ୍ର
ସାକ୍ଷାତକାରରେ ସୁନ୍ଦର ପିଚାଇ କହିଛନ୍ତିଲେ ଯେ ସେ ଦୈନିକ ୭ ଘଣ୍‌ଟା ଶୁଅନ୍ତି । ଏବଂ ସକାଳ ୬.୪୫ ରୁ ୭.୪୫ରେ ଉଠନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ ବିଷୟ ହେଲା ସେ ୧୫ ବର୍ଷ ହେଲା ସେ ସବୁବେଳେ ଏକାଭଳି ଜଳଖିଆ ଖାଆନ୍ତି । ଏବଂ ସେ ଏଗ ଟୋଷ୍ଟ ଓ ଗରମ ଚାହା ପିଅନ୍ତି । ଜଳଖିଆ ଖାଇବା ସମୟରେ ନିୟୁଜ ପଢିବା ତାଙ୍କର ଏକ ଗୁରୁତ୍ୱପୁର୍ଣ କାମ ଅଟେ ।
ଏହାଛଡା ସେ ସୁନ୍ଦର ପିଚାଇ କହିଛନ୍ତି ଯେ ଧ୍ୟାନ କରିବା ପରିବର୍ତେ ଚାଲିବା ତାଙ୍କୁ ଅଧିକ ଲାଭ ଦେଉଛି । ଚାଲିବା ବେଳେ ବିଭିନ୍ନ ବିଷୟ ଉପରେ ଭାବିବା ଦ୍ୱାରା ତାଙ୍କୁ ଅଧିକ ସହାୟକ ହେଉଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *