ଜାଣନ୍ତୁ କିଭଳି ବିନା ପଇସା ଖର୍ଚ କରି ଓଜନ କମାଇ ପାରିବେ

ଜାଣନ୍ତୁ କିଭଳି ବିନା ପଇସା ଖର୍ଚ କରି ଓଜନ କମାଇ ପାରିବେ

ମେଧ ବୃଦ୍ଧି ବା ଓଜନ ବଢିବା ଆଜିକାଲି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି । ଦିନକୁ ଦିନ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବି ଏହି ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି । ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ନିଜ ଶରୀରକୁ ସମୟ ଦେବକୁ ବେଳ ପାଉନାହାନ୍ତି । ଫଳରେ ବହୁ ଲୋକଙ୍କ ଓଜନ ବୃଦ୍ଧି ସମସ୍ୟା ଦେଖାଯାଏ । କିଛିଲୋକ ଏହାକୁ ଏଡାଇବା ପାଇଁ ଡାଏଟ ଫଲୋ କରନ୍ତି କିମ୍ବା ଜିମ ଯାଆନ୍ତି । କିନ୍ତୁ ଏହାଦ୍ୱାରା ସେମାନେ କିଛି ବିଶେଷ ଲାଭ ମିଳି ନଥାଏ । ଆଜି ଆମେ ଆପଣଙ୍କୁ କିଛି ସରଳ ଉପାୟ ବିଷୟରେ ଜାଣିବା  ଯାହାକୁ ସହଜ ଉପାୟରେ ଘରେ ବସି ଆପଣଙ୍କୁ କିଛି ଦିନ ଭିତରେ ଓଜନ ହ୍ରାସ କରିବାରେ ସହାୟକ ହେବ ।

କିଭଳି ସହଜ ଉପାୟରେ ଓଜନ ହ୍ରାସ କରିବା
ପ୍ରୋତ୍ୟକ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ବାହାର କରନ୍ତୁା  ଯଦି ଆପାଣ ଗୃହିଣୀ ତେବେ ଆପଣ ଆରାମରେ ନିଜ ଘର କାମ ସହ ନିଜ ଶରୀରକୁ ଧ୍ୟାନ ଦେଇପାରିବେ । ଯାହାପାଇଁ ଆପଣଙ୍କୁ ଏକ ନିରର୍ଦ୍ଦିଷ୍ଟ ରୁଟିନ ତିଆରି କରିବାକୁ ପଡିବ । ଯଦି ଆପଣ କର୍ମଜୀବୀ ତାହାଲେ ନିଜ ଅଫିସ କାମ ସହ ଆପଣଙ୍କୁ ନିଜର ଅଲଗା ରୁଟିନ ବନାଇବାକୁ ପଡିବ ।
ବାହାର ଖାଦ୍ୟ କିମ୍ବା ଜଙ୍କ ଫୁଡ ଖାଇଲେ ପେଟ ବାହାରିବା ସହ ଧୀରେ ଧୀରେ ମୋଟା ପଣ ବଢିଥାଏ । ସେଥିପାଇଁ ଆପଣ କିଛି ସରଳ ଉପାୟ ଆପଣାଇବାକୁ ପଡିବ ଯହାଫଳରେ ଆପଣଙ୍କୁ ଆଉ ଜିମ ଯିବାର ଆବଶ୍ୟକତା ପଡିବ ନାହିଁ ।
ନିଜ ଘର ଝାଡୁ କରନ୍ତୁ । ପୋଷାକକୁ ଉଆସିଂ ମେସିନ ବଦଳରେ ନିଜ ହାତରେ  ସଫା କରନ୍ତୁ ।
ଦିନକୁ ଅନ୍ତତ ଅଧ ଘଣ୍ଟପାଇଁ ଚାଲିବା ଅଭ୍ୟାସ କରନ୍ତୁ । ସେଥିପାଇଁ ଆପଣଙ୍କୁ ନିର୍ଦ୍ଦିଷ୍ଟ ଟାଇମ ଟେପୁଲ କରିବାକୁ ପଡିବ । ଘରକାମସହ ଆପଣ ଯଦି ଚାଲିବେ ତେବେ ଧୀରେ ଧୀରେ ଫିଟ ହୋଇଯିବେ ।
ଖାଲି ଏତିକି ନୁହେଁ ସୁସ୍ଥ ରହିବାକୁ ହେଲେ ଆପଣଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ହେବ । ଏବଂ ଖାଦ୍ୟରେ ଦହି, ଲେମ୍ଭୁ ନିହାତି ସାମିଲ କରନ୍ତୁ ।
ସଖାଳୁ ଉଠି ସାମାନ୍ୟ ଉଷୁମ ପାଣି ପିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଆପଣ ଗରମ ପାଣିରେ ସାନ୍ୟ ହଳଦୀ ପକାଇ ପିଇ ପାରିବେ ।
ସନ୍ଧ୍ୟା ୭ଟା ପରେ ଆପଣ କିଛି ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହଁ । ସନ୍ଧ୍ୟାରେ ଯେତେଦୂର ପାରିବେ ହାଲକା ଖାଦ୍ୟ ନିଅନ୍ତୁ ।
ଦିନକୁ ଅତି କମରେ ୭ରୁ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହାଠାରୁ ଅଧିକ ଶୋଇବା ମଧ୍ୟ ଓଜନ ବଢିବାର ଅନ୍ୟ ଏକ କାରକ ହୋଇଥାଏ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *