ହିଜାବ ବିବାଦରେ କର୍ଣ୍ଣାଟକ  ହାଇକୋର୍ଟରେ ସମସ୍ତ ଆବେଦନ

ହିଜାବ ବିବାଦରେ କର୍ଣ୍ଣାଟକ  ହାଇକୋର୍ଟରେ ସମସ୍ତ ଆବେଦନ

କର୍ଣ୍ଣାଟକ ହାଇକୋର୍ଟର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।  ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନାହାନ୍ତି ହାଇକୋର୍ଟ । କୋର୍ଟ ପକ୍ଷରୁ କୁହାଯାଇଛି ଯେହେତୁ ହିଜାବ ଧର୍ମର ଅଶଂ ନୁହେଁ ତେଣୁ ହିଜାବ ପିନ୍ଧିବା ଜରୁରୀ ନୁହେଁ । ଏବଂ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ବିଦ୍ୟାର୍ଥୀ ମନା କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜରେ ହୋଇଥିବା ଆବେଦନର ଶୁଣାଣିରେ ଆଜି ଏଭଳି ରାୟ ଦେଇଛନ୍ତି କର୍ଣାଟକ ହାଇକୋର୍ଟ ।

 

 

ଉଡୁପିର ଏକ ଶିକ୍ଷାନୁଷ୍ଠାନର କିଛି ବିଦ୍ୟାର୍ଥୀ ହିଜାବ ବ୍ୟାନ ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ ।
ଏହାକୁ ନେଇ ଫେବ୍ରୁଆରୀ ୯ରେ ପ୍ରଧାନ ବିଚାରପତି ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ମ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଏକ ବେଚଂ ଗଠନ ହୋଇଥିଲା । ଛାତ୍ରୀମାନେ ସେମାନଙ୍କ ଆବେଦନରେ କହିଥିଲେ ଯେ, ସେମାନଙ୍କୁ କ୍ଲାସ ଭିତରେ ମଧ୍ୟ ହିଜାବ ପାଇଁ ଅନୁମତି ଦିଆଯାଉ, କାରଣ ଏହା ତାଙ୍କର ଧର୍ମର ଅଂଶ । ତେବେ ଆଜି ଏହି ଆବେଦନକୁ କର୍ଣାଟକର ତିନି ଜଣିଆ ବେଚଂ ଖାରଜ କରିଛନ୍ତି ।

ଗତ ଜାନୁଆରୀରେ ରାଜ୍ୟରେ ହିଜାବକୁ ନେଇ ଉଠିଥିବା ପ୍ରସଙ୍ଗରେ ବହୁ ବିବାଦ ଦେଖାଦେଇଥିଲା । ଯାହା କର୍ଣାଟକରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ସ୍ଥାନକୁ ବିବାଦଟି ବ୍ୟାପିଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ପରେ ସର୍ବୋଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।

ଅନ୍ୟପଟେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବେଙ୍ଗାଲୁରୁ ଓ ମାଙ୍ଗାଲୋରରେ ବୁହୁ ଲୋକ ଏକାଠି ହେବା ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା । ଉଡୁପି ଜିଲ୍ଲା ପ୍ରଶାସନ ତରଫରୁ ଆଜି ପାଇଁଂ ଜିଲ୍ଲାରେ ସମସ୍ତ ଶିକ୍ଷାନୁୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା । ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ସକାଳ ୬ଟା ଯାଏଁ ୧୪୪ ଧାରା ଲାକୁ ହୋଇଛି । ଏନେଇ ଆଜି ଏହି ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *