କଟକଣା ମଧ୍ୟରେ ବସିବ ବିଧାନସଭା, ୨୫ରୁ ବଜେଟ ଅଧିବେଶନ

କଟକଣା ମଧ୍ୟରେ ବସିବ ବିଧାନସଭା, ୨୫ରୁ ବଜେଟ ଅଧିବେଶନ

ଆଜି ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଛି ଯେ ଚିଳିତ ବିଧାସଭା ବଜେଟ ଅଧୀବେଶନ କଟକଣା ମଧ୍ୟରେ ହେବ । ବୈଠକରେ ଚଳିତ ମାସ ୨୫ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ନିଷ୍ପତି ନିଆଯାଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପାଇଁ ଶୋକସଭା କରାଯିବା ନେଇ ହୋଇଥିଲା ନିଷ୍ପତି ।

ଅପରାହା୍‌ନ ୪ଟାରେ ଗୃହ ପ୍ରଥମ ଦିନରେ ବସିବା ନେଇ ହୋଇଛି ନିଷ୍ପତି । ରାଜ୍ୟପାଳଙ୍କ ଭାଷଣର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ମୁଖ୍ୟ ସଚେତକ । ୨୮ରେ ସରକାରୀ କାର୍ଯ୍ୟ ଦିବସ । ୨୯ ଓ ୩୦ ଦୁଇଦିନ ଅର୍ଥମନ୍ତ୍ରୀ ଅର୍ଥ ବ୍ୟୟବରାଦ ଆଗତ କରିବେ । ଅଧିବେଶନ ମଧ୍ୟରେ ୨ ଦିନ କଂଗ୍ରେସ ଓ ୩ ଦିନ ବିଜେପି ତରଫରୁ ପ୍ରଶ୍ନ ରଖାଯିବ । ତେବେ ସମ୍ପୂର୍ଣ କୋଭିଡ ନିୟମକୁ ନେଇ ଚଳିତ ଅଧିବେଶନ ବସିବା ନେଇ ନିଷ୍ପତି ହୋଇଛି । ପୂର୍ବଭଳି ବିଧାୟକଙ୍କ ବସିବା ବ୍ୟବସ୍ଥା ସହ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ।
ଅନ୍ୟପଟେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତର ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେପଟେ ସର୍ବଦଳୀୟ ବୈଠକରେ ତିନୋଟି ପ୍ରସ୍ତାବ ରଖିଛି ବିଜେପି । କୋଭିଡ ସ୍ଥିତି ସୁଧୁରିବାରୁ ବିଧାନସଭାରେ ଦୈନିକ ସମୟ ଅବଧି ବୃ୍‌ର୍ଦ୍ଦି କରିବା ସହ ପ୍ରଶ୍ନକାଳ ୧ ଘଣ୍ଟା କରାଯାଉ ବୋଲି ବିଜେପି ତରଫରୁ ଦାବି କରାଯାଇଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *