ନିର୍ବାଚନ ପ୍ରତିଶୃତି ପାଳନ କଲେ ନବ ନିର୍ବାଚିତ ପ୍ରତିନିଧି

ବେଗୁନିଆପଡା :15/03: ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅନେକ ପ୍ରାର୍ଥୀ ଭୋଟର ମାନଙ୍କୁ ବହୁ ପ୍ରତିଶୃତି ଦେଇଥାନ୍ତି | ବେଳେ ବେଳେ ଅନେକ ପ୍ରାର୍ଥୀ ନିର୍ବାଚନ ରେ ସଫଳତା ହାସଲ ପୂର୍ବକ ପଞ୍ଚାୟତ ମୁକୁଟ ପିନ୍ଧିବା ପରେ ପ୍ରତିଶୃତି କୁ ଭୁଲି ଯାଇଥାନ୍ତି |କିନ୍ତୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୟୀ ପ୍ରାର୍ଥୀନୀ ନିଜର ପ୍ରତିଶୃତି ପାଳନ ପୂର୍ବକ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି |ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଲିମେଘି ଗ୍ରାମପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅର୍ଚନା କୁମାରୀ ତ୍ରିପାଠୀ ଙ୍କ କଥା | ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ପ୍ରଚାର ମୈଦାନ ରେ ଲୋକଙ୍କୁ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଉକ୍ତ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅର୍ଚନା କୁମାରୀ ତ୍ରିପାଠୀ | ନିଜ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ସେ ପ୍ରଥମେ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟର ଉନ୍ନତି କରିବା ସହ ଛାତ୍ରଛାତ୍ରୀ ଙ୍କ ପାଠ ପଢା କୁ ଅଧିକ ଗୁରୁତ୍ୱ ଦେଇଥିବାର ଦେଖିବାକୁ ମିଳିଛି | ଯେହେତୁ ଶ୍ରୀମତୀ ତ୍ରିପାଠୀ ଜଣେ ଉଚ୍ଚ ଶିକ୍ଷିତା ମହିଳା ତେଣୁ ଶିକ୍ଷା ର ଉପଯୋଗୀତା କଣ ସେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାଇବା ସହ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ଶତ ପ୍ରତିଶତ ଉପସ୍ଥାନ କୁ ଗୁରୁତ୍ୱ ଦେଇଛନ୍ତି | ତା ସହିତ ବିଦ୍ୟାଳୟ ର ଅନୁସାଙ୍ଗିକ ବିକାଶ ସମେତ ଛାତ୍ରଛାତ୍ରୀ ଙ୍କ ରୁଚି ବିଷୟରେ ପଚାରି ବୁଝିଛନ୍ତି |ଶିକ୍ଷା ଓ ଶିକ୍ଷିତ ସମାଜ ହିଁ ଦେଶ ର ଭବିଷ୍ୟତ | ଏହାକୁ ଧ୍ୟାନ ଦେଇ ଉକ୍ତ ବିଦ୍ୟାଳୟ ରେ ସମସ୍ତ ଶିକ୍ଷା ଭିତିକ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଦୃଢତାର ସହିତ କହିଛନ୍ତି ଉକ୍ତ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କଲ୍ୟାଣୀ ପାତ୍ର | ପ୍ରତ୍ୟେକ ବର୍ଷ ଯେପରି ବାର୍ଷିକ ଉତ୍ସବ ପାଳନ ହେବ ଏବଂ ଅଗାମୀ ଦିନରେ ମାଟ୍ରିକ ପରୀକ୍ଷାରେ ଅଶୀ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ନିଜ ତରଫରୁ ପୁରସ୍କୃତ କରାଯିବ ସେ ନେଇ ମଧ୍ୟ ଘୋଷଣା କରିଛନ୍ତି | ଉକ୍ତ ବିଦ୍ୟାଳୟରେ ଯେମିତି ଛାତ୍ରଛାତ୍ରୀ ଙ୍କ ପାଠ୍ୟକ୍ରମ ସମୟସୀମା ମଧ୍ୟରେ ସରିବ ସେ ନେଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଅବଗତ କରାଇଛନ୍ତି | ପ୍ରତ୍ୟେକ ମାସରେ ନିଜେ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ସୁବିଧା ଅସୁବିଧା ସମ୍ପର୍କ ରେ ବୁଝିବା ସହ ପ୍ରତ୍ୟେକ ସମୟରେ ବିଦ୍ୟାଳୟ ପ୍ରତି ନିଜେ ସାହାଯ୍ୟ ସହଯୋଗ କରିବା ନେଇ ମଧ୍ୟ ଜଣାଇଛନ୍ତି | ବିଦ୍ୟାଳୟ କୁ ସର୍ବଦା ନିଜ ପରିବାର ଭାବୁଥିବା ଶ୍ରୀମତୀ ପାତ୍ର ଓ ଶ୍ରୀମତୀ ତ୍ରିପାଠୀ ଙ୍କ ଉକ୍ତ ପଦକ୍ଷେପ କୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସମେତ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ତରଫରୁ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନବ ନିର୍ବାଚିତ ସମିତି ସଭ୍ୟା ଶ୍ରୀମତୀ ନୟନୀ ଗୌଡ଼ ଙ୍କ ସମେତ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବହୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି |

ରିପୋର୍ଟ:ଦେବାଶିଷ ମହାରଣା

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *