ଦମ୍ ଅଛି ତ ମୋ ସହ ଲଢ ! ପୁଟିନଙ୍କୁ ଇଲନ ମସ୍କଙ୍କ ଚ୍ୟାଲେଞ୍ଜ

ଦମ୍ ଅଛି ତ ମୋ ସହ ଲଢ ! ପୁଟିନଙ୍କୁ ଇଲନ ମସ୍କଙ୍କ ଚ୍ୟାଲେଞ୍ଜ

ଋଷ ରଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ସ୍ପେସ ଏକ୍ସର ମୁଖ୍ୟ ଇଲୋନ ମୋସ୍କଙ୍କ ଖୋଲା ଚ୍ୟାଲେଞ୍ଜ । ୟୁକ୍ରେନରେ ଜାରି ଘମାଘୋଟ ଲଢେଇ ଆଜିକୁ ୨୦ ଦିନରେ ପହଚିଂଥିବା ବେଳେ ପୁଟିନଙ୍କ ଯୁଦ୍ଧଖୋର ନିଷ୍ପତିକୁ ଆମେରିକା ସମେତ ପଶ୍ଚିମ ରଷ୍ଟ୍ର ବିରୋଧ କରିଆସିଛନ୍ତି । ଏନେଇ ଆମେରିରା ତଥା ବିଶ୍ୱର ଅଗ୍ରଣୀ ମହାକାଶ ଗବେଷଣା ସଂସ୍ଥା ସ୍ପେସ ଏକ୍ସର ମୁଖ୍ୟ ଏହି ପ୍ରସଙ୍ଗରେ ପୁଟିନଙ୍କୁ ସିଧା ଆହ୍ୱାନ କରିଛନ୍ତି ।

ଏକ ଟୁଇଟ ଦ୍ୱାରା ମସ୍କ  ଋଷ ରଷ୍ଟ୍ରପତିଙ୍କୁ ଏକକ ଯୁଦ୍ଧ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଟ୍ୱିଟରେ ଏଲୋନ ମସ୍କ ସରିଲିକ୍ ସ୍କ୍ରିପ୍ଟରେ କିଛି ଶଦ୍ଦ ଏବଂ ବାକି କିଛି ଶଦ୍ଦ ଇଂରାଜୀରେ ଲେଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହଁ ସେ ଏହି ନିର୍ଦ୍ଦିଷ୍ଟ ଟୁଇଟରେ ଋଷର କିଛି ସରକାରୀ ବିଭାଗ ଏବଂ ରାଷ୍ଟପିତିଙ୍କ ଅଫିସିଆଲ ଟୁଇଟର ଆକାଉଣଂଟକୁ ମଧ୍ୟ ଟ୍ୟାଗ କରିଥିବା ଦେଖିବାକୁ ମିଳିଛି । ପ୍ରତିଉତରରେ ସେ ମଧ୍ୟ ଋଷ ତାଙ୍କ ଆହ୍ୱାନରେ ପ୍ରସ୍ତୁତ କି ନୁହେଁ ତାହା ମଧ୍ୟ ଜାଣିବାକୁ ଚାହିଛନ୍ତି ।

ସେ ଲେଖିଛନ୍ତି ଯେ ବାଜିରେ ଲାଗିଛି ୟୁକ୍ରେନ । ଦମ ଅଛି ତ ମୋ ସହ ୠଙ୍ଘ । ଯିଏ ଜିତିବ ୟୁକ୍ରେନ ତାର । ଫେବ୍ରୁଆରୀ ୨୪ରେ ଋଷ ୟୁକ୍ରେନ ଉପେର ଆକ୍ରମଣ ଆରମ୍ଭ କରିଥିଲା । ଏହା ପରେ ୟୁକ୍ରେନରେ ଯୋଗାଯୋଗ ବିଚ୍ଚିନ୍ନ ହୋଇ ପଡିଥିବାବେଳେ ସ୍ପେସଏକ୍ସ ସହାୟତା ଓ ଇଂଟରନେଟ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ ଷ୍ଟାରଲିଙ୍କ ପଠାଇଥିଲା । ଯୁଦ୍ଧ ପରେ ଆମେରିକା ଓ ଋଷ ମଧ୍ୟରେ ତିକ୍ତତା ବଢିବା ପରେ ଋଷ ଆମେରିକା ଆଉ ସ୍ପେସ ଇଞ୍ଜିନ ପଠାଇବ ନାହିଁ ବୋଲି ଘୋଷଣା କରିସାରିଛି । ଋଷର ଏହି ନିଷ୍ପତି ପରେ ସ୍ପେସ ଏକ୍ସ ଷ୍ଟାରଲିଙ୍କ ଉପଗ୍ରହ ସଫଳ ଉତେ କ୍ଷପଣ ମଧ୍ୟ କରିଥିଲା ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *