
ଭାରତର ମିସାଇଲରେ ପାକିସ୍ତାନରେ ଉଠିଲା ବିବାଦ, ଏୟାର ଫୋର୍ସର ଡେ଼ପୁଟି ଚିଫ ଓ ୨ଏୟାର ମାରସେଲ ହେଲେ ବରଖାସ୍ତ I
- Breaking newsଦେଶ ବିଦେଶମୁଖ୍ୟ ଖବରରାଜ୍ୟ
- March 16, 2022
- No Comment
- 175
ଗତ ମାର୍ଚ୍ଚ 9 ରେ। ଭୂଲ ବଶତଃ ଭାରତରୁ ଉତକ୍ଷେପଣ ମିସାଇଲ ପାକିସ୍ତାନରେ ପଡିଥିବା ବିବାଦ ଥମିବାର ନା ନେଉନି। ଏହାକୁ ନେଇ ପାକିସ୍ତାନ ତରଫରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ଏୟାର ଫୋର୍ସର ଡେ଼ପୁଟି ଚିଫ ଓ ୨ଏୟାର ମାରସେଲ ହେଲେ ବରଖାସ୍ତ । ଏହାକୁ ନେଇ ପାକିସ୍ତାନର ପୂର୍ବ ହାଇକମିଶନର ଭାରତ ଆମ ପଟର କାଶ୍ମୀର ନେବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହି ସାରିଲେଣି।
ଏଭଳି ସବୁ ଘଟଣା ଏମିତି ସମୟରେ ହେଉଛି , ଯେତେବେଳେକି ପାକିସ୍ତାନରେ ରାଜନୈତିକ ପାଣିପାଗ ଭଲ ନାହିଁ। ଏବଂ ପ୍ରଧାନମନ୍ତ୍ରୀ ଇମରହନ ଖାଁନ ବିରୋଧରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବାର ଅଛି। କିଛି ମିଡିଆ ରିପୋର୍ଟ ମୁତାବକ ପାକିସ୍ତାନରେ ଭାରତରୁ ଭୁଲରେ ମିସାଇଲକୁ ବେଳ ଥାଉ ଥାଉ ନ ଜାଣିବା ପାଇଁ ଏୟାର ଫୋର୍ସର ଡେ଼ପୁଟି ଚିଫ ଓ ୨ଏୟାର ମାରସେଲଙ୍କୁ ବରଖାସ୍ତ କରାଯାଇଛି।
ପାକିସ୍ତାନରେ 124 କିଲୋମିଟର ଭିତରକୁ ପଶି ଯାଇଥିଲା ମିସାଇଲ। ଏନେଇ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ସରକାରଙ୍କ ତରଫରୁ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ ଗତ ବୁଧବାର ଏକ ବିନା ହତିଆରର ସୁପରସୋନିକ ମିସାଇଲ
ପାକିସ୍ତାନ ଭିତରକୁ 124 କିଲୋମିଟର ଭିତରକୁ ପସିଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିଲା ବୋଲି ସେ କହିଛନ୍ତି।
ସେପଟେ ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମେହେମୁଦ କୁରେସି କହିଛନ୍ତି ଯେ ଦୁର୍ଘଟଣା ବଶତଃ ଭାରତରୁ ଆସିଥିବା ଏହି ମିସାଇଲ ଏକ ଗମ୍ଭୀର ମାମଲା ଅଟେ । ଖାଲି ଭାରତ ତରଫରୁ କ୍ଷମା ପ୍ରାର୍ଥନା କଲେ ଘଟଣାର ସମାଧାନ ହେବନାହିଁ । ସେ ଏହି ମାମଲାର ସଂଯୁକ୍ତ ଯାଞ୍ଚ ପାଇଁ ପ୍ରସ୍ତାବ ରଖିଛନ୍ତି।
ପାକିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏନେଇ ଦୁଃଖ ପ୍ରକାଶ କରିଛି। ଏବଂ କହିଛି ଯେ ଏହି ମିସାଇଲ ଘଟଣା ଦୁର୍ଘଟଣା ବଶତଃ ଘଟିଛି। ସେ କହିଛନ୍ତି ଯେ ପାକିସ୍ତାନ ତରଫରୁ ଏହି ଘଟଣାର ସଂଯୁକ୍ତ ଯାଞ୍ଚ ପାଇଁ କୁହାଯାଇଛି । ଏବଂ ଏହାକୁ ନେଇ ଅନ୍ତଃରାଷ୍ଟ୍ରୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରାଯାଇଛି।