
ମଦୁଆ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- Breaking newsଅପରାଧଦେଶ ବିଦେଶରାଜ୍ୟ
- March 16, 2022
- No Comment
- 321
ସରକାର ବାହାଦୁର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ଶିକ୍ଷାର୍ଥୀଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ପାଇଁ ଉଚ୍ଚମାନର ଦରମା ମଧ୍ୟ ଦେଉଛନ୍ତି ହେଲେ ଶିକ୍ଷକ ମହାଶୟ ଦୈନିକ ସ୍କୁଲ ଆସି ଶିକ୍ଷାଦାନ କରିବା ପରିବର୍ତ୍ତେ ମାତାଲ ହୋଇ ବୁଲିବା କେତେ ଯୁକ୍ତି ସଙ୍ଗତ କଥା ଅନ୍ୟପଟେ ଏନେଇ ସ୍କୁଲ କମିଟି ତଥା ଅଭିଭାବକ ମାନେ ବାରମ୍ବାର ସିଆରସିସି ଓ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କାର୍ଯୟାନୁଷ୍ଠାନ ନ ହେବା ବାସ୍ତବରେ ଚିନ୍ତାର ବିଷୟ,ହଁ ଆଜ୍ଞା ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରୀପଡ଼ା ବ୍ଲକ ହୂର୍ମେଇ ପଞ୍ଚାୟତ ସୁଆଁଜୋର୍ ପ୍ରାଥମିକ ବିଦ୍ୟାଳୟର କଥା ।ଏହି ସ୍କୁଲ ରେ ୩୦ ଜଣ ଛାତ୍ରଛତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହା ଛତିଶଗଡ ସୀମାରେ ଅବସ୍ଥିତ, ଏହି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଥିବାରୁ ଶିକ୍ଷାଦାନରେ ସମସ୍ୟା ଦେଖା ଦେବାରୁ ଆଉ ଜଣେ ଶିକ୍ଷକ ନିଯୁକ୍ତ କରିବା ନେଇ ଦୀର୍ଘ ଦିନରୁ ଗାଁ ଲୋକେ ଅନେକ ଥର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଜଣାଇଥିଲେ ପରିଶେଷରେ ଜଣେ ଶିକ୍ଷକ ଗତ ୯/୧୧/୨୦୨୧ ରେ ଯୋଗ ଦେଲେ କିନ୍ତୁ ଯୋଗ ଦେବା ଦିନ ଠାରୁ ମାତ୍ର ୩/୪ ଥର ସ୍କୁଲ ଯାଇଛନ୍ତି ଏପରିକି ଯେଉଁ ଦିନ ସେ ସ୍କୁଲ ଯାଇଥାନ୍ତି ପ୍ରଚୁର ମଦ୍ୟପାନ କରି ଯାଆନ୍ତି ଏବଂ ଛାତ୍ର ଛାତ୍ରୀଙ୍କୁ ଅସଦାଚରଣ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା କଥା ଅଭିଭାବକ ମାନେ କହିଛନ୍ତି।ଯଥାଶୀଘ୍ର ଏହି ମଦୁଆ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟ ଜଣେ ଉଚ୍ଚ ଶିକ୍ଷିତ ଶିକ୍ଷକଙ୍କୁ ଅବସ୍ଥାପିତ କରିବା ପାଇଁ ଦାବି କରିଛନ୍ତି I
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ