ଅନ୍ତର୍ଜାତୀୟ ବଜାରରେ ୧୦୦ ଡଲାର ତଳକୁ ଖସିଲା ତେଲ ଦର

ଅନ୍ତର୍ଜାତୀୟ ବଜାରରେ ୧୦୦ ଡଲାର ତଳକୁ ଖସିଲା ତେଲ ଦର

ୟୁକ୍ରେନ-ଋଷିଆ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତାତି ଥିଲା ଅଶୋଧିତ ତୈଳ ଦର । ଯାହା ୧୦୦ ଡଲାର ଟପିଯାଇଥିବା ବେଳେ ଛାନିଆ ହୋଇଯାଇଥିଲେ ଲୋକେ । ହେଲେ ଏବେ ତୈଳ ବଜାରରୁ କ୍ରମଶଃ କମୁଛି ଦର । ଯାହା ବର୍ତ୍ତମାନ ୧୦୦ ଡଲାର ତଳକୁ ଖସିଛି । କମିଥିବା ତୈଳ ଦାମ ଗତ ତିନି ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଇରାନର ପରମାଣୁ କାର‌୍ୟ୍ୟକ୍ରମ ଉପରେ ଆମେରିକା ଲଗାଇଥିବା କଟକଣା ତୁରନ୍ତ ହଟାଉ ବୋଲି ଋଷ ଦାବି କରିଛି । ଏହାଦ୍ବାରା ଇରାନରେ ଉତ୍ପାଦିତ ହେଉଥିବା ତୈଳ ସୁବିଧାରେ ବଜାରରେ ପହଞ୍ଚିପାରିବ । ସେପଟେ ଚୀନରେ ହଠାତ୍ ସଂକ୍ରମଣ ବ୍ୟାପିବା ପରେ ଲକଡାଉନ କଟକଣା ଯୋଗୁଁ ତେଲ ଚାହିଦା ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ତେଣୁ ତୈଳ ଦର ୧୦୦ ଡଲାର ତଳକୁ ହ୍ରାସ ପାଇଛି । ଭାରତ ୮୨ ପ୍ରତିଶତ ତେଲ ଆମଦାନୀ କରୁଥିବା ଯୋଗୁଁ ଏହା ଏକ ସୁଖଦ ବିଷୟ ନିଶ୍ଚୟ ।

ଉଭୟ ବ୍ରେଣ୍ଟ କ୍ରୁଡ ଏବଂ ୟୁଏସ କ୍ରୁଡ ଅଏଲ ବେଞ୍ଚମାର୍କ ୧୦୦ ଡଲାର ତଳେ ରହିଛି । ମାର୍ଚ୍ଚ ୭ ତାରିଖରେ ବ୍ରେଣ୍ଟ କ୍ରୁଡ ଦାମ୍ ୧୪ ବର୍ଷରେ ସର୍ବୋଚ୍ଚ ସ୍ତର ୧୩୯ ଡଲାରରେ ପହଞ୍ଚିଥିଲା । ବ୍ରେଣ୍ଟ ମୂଲ୍ୟ ୪୦ ଡଲାର ବୃଦ୍ଧି ପାଇବ ସହ ୟୁଏସ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ୩୦ ଡଲାରରୁ ଅଧିକ ବଢିଥିଲା । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁଁ ଗତ ୨ ସପ୍ତାହ ପରଠାରୁ କାରବାର ଅତ୍ୟନ୍ତ ଅସ୍ଥିର ରହିଥିଲା ।

ବ୍ରେଣ୍ଟ କ୍ରୁଡ ୬.୯୯ ଡଲାର ବା ୬.୫ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୯୯.୯୧ ଡଲାର ହୋଇଛି । ୟୁଏସ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ମଧ୍ୟ ବ୍ୟାରେଲ ପିଛା ୬.୫୭ ଡଲାର ବା ୬.୪ ପ୍ରତିଶତ ଖସି ୯୬.୪୪ ଡଲାର ରହିଛି । ବର୍ତ୍ତମାନ ବ୍ରେଣ୍ଟ କ୍ରୁଡ ୯୭.୪୪ ଡଲାର ଏବଂ ଡବ୍ଲୁଟିଆଇ ବ୍ୟାରେଲ ପ୍ରତି ୯୩.୫୩ ଡଲାରରେ ପହଞ୍ଚି ଯାଇଛି । ଏହା ଫେବୃୟାରୀ ୨୫ ପର ଠାରୁ ସର୍ବନିମ୍ନ । କହିରଖୁଛୁ କି, ଋଷିଆ ବିଶ୍ବର ସର୍ବବୃହତ୍ ତୈଳ ଏବଂ ଇନ୍ଧନ ରପ୍ତାନୀକାରୀ ଦେଶ । ୟୁକ୍ରେନ-ଋଷିଆ ଯୁଦ୍ଧ ପରେ ଅହେତୁକ ତୈଳ ଦର ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଭୟାବହତା ଏବେ ଦୂର ହୋଇଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *