
‘ଦ କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି
- Breaking newsଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବରରାଜନୀତିରାଜ୍ୟ
- March 16, 2022
- No Comment
- 132
‘ଦ କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି
ଦିନକୁ ଦିନ ବିଭିନ୍ନ ବାଦ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି ବିବେକ ଅଗ୍ନିହୋତ୍ରୀଙ୍କ ପିଲ୍ମ ଦ କାଶ୍ମୀର ଫାଇଲ। କିଛି ରାଜ୍ୟସରକାର ପିଲ୍ମ ଉପରେ ଟିକସ ଛାଡ଼ କରିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ବଡ ଘୋଷଣା କରିଛନ୍ତି । ଦ କାଶ୍ମୀର ଫାଇଲ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ଛୁଟି ମିଳିବ ବୋଲି ସେ ଘୋଷଣାରେ କହିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଗୌହାଟୀର ଏକ ଥିଏଟରରେ ଏହି ଫିଲ୍ମଟି ଦେଖିଛନ୍ତି ।
କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଦ କାଶ୍ମୀର ଫାଇଲ୍ସକୁ ନେଇ ସାରା ଦେଶରେ ଜୋର ଧରିଛି ଚର୍ଚ୍ଚା ଚରମରେ ପହଞ୍ଚିଛି। ୧୯୯୦ ଦଶକରେ କାଶ୍ମୀର ହିନ୍ଦୁଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ କାଶ୍ମୀର ଛଡିବା ଘଟଣାବଳୀକୁ ନେଇ ପିଲ୍ମରେ ଦର୍ଶାଯାଇଥିବା ବେଳେ ସିନେମା ହଲ୍ରେ ଦର୍ଶକଙ୍କ ଭିଡ ଜମୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫିଲ୍ମକୁ ପ୍ରଶଂସା କରିବା ସହ ଏହାକୁ ଦେଖିବା ଉଚିତ୍ ବୋଲି କହିଛନ୍ତି । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ବଡ ଘୋଷଣା କରିଛନ୍ତି ।
ଦ କାଶ୍ମୀର ଫାଇଲ୍ସ ଦେଖିବାକୁ ଚାହୁଁଥିବା ସରକାରୀ କର୍ମଚାରୀମାନେ ଅଧା ଦିନ ଛୁଟି ନେଇ ଚଳଚ୍ଚିତ୍ର ଦେଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶ୍ବଶର୍ମା କହିଛନ୍ତି, ମୁଁ ଖୁସିର ସହ ଏହି ଘୋଷଣା କରୁଛି ଯେ, ଆମର ସମସ୍ତ ସରକାରୀ କର୍ମଚାରୀମାନେ ଦ କାଶ୍ମୀର ଫାଇଲ୍ସ ଦେଖିବା ପାଇଁ ଅଧା ଦିନର ବିଶେଷ ଛୁଟି ପାଇପାରିବେ । ଏଥିପାଇଁ ତାଙ୍କୁ କେବଳ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ ହେବ ଏବଂ ପରଦିନ ଅଫିସରେ ଟିକେଟ୍ ଦାଖଲ କରିବାକୁ ପଡିବ ।
କାଶ୍ମୀର ପଣ୍ଡିତଙ୍କ ନରସଂହାର ମାନବିକତା ଉପରେ ଏକ କଳାଦାଗ ବୋଲି ସେ କହିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଫିଲ୍ମର ନାଁ ଦ କାଶ୍ମୀର ଫାଇଲ୍ସ ରହିଛି । ଯେପରି ଅଧିକରୁ ଅଧିକ ଦର୍ଶକ ଥିଏଟରରେ ଫିଲ୍ମକୁ ଦେଖିପାରିବେ ସେଥିପାଇଁ କିଛି ରାଜ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ରାଜ୍ୟ ସରକାର ଏହି ଫିଲ୍ମର ଟିକେଟ୍ ପାଇଁ ଷ୍ଟେଟ୍ ଜିଏସଟି ନେବେ ନାହିଁ ।
ସେହିଭଳି ମାର୍ଚ୍ଚ ୧୧ ତାରିଖରେ ହରିୟାଣା ସରକାର ଦ କାଶ୍ମୀର ଫାଇଲ୍ସକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପରେ ଏହାପଛକୁ ଗୁଜୁରାଟ ସରକାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ନିଜ ନିଜ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିଛନ୍ତି ।