କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପୂର୍ବତନ ବିଧାୟକ

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପୂର୍ବତନ ବିଧାୟକ

ଚମ୍ପୁଆ ଏନଏସି ନିର୍ବାଚନର ବିଜେଡିର ବିପୁଳ ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ବିଧାୟକ ତଥା ମା ଜଗତଜନନୀ ସେବା ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ମହାକୁଡ଼ । ଚଳିତ ପୌରପରିଷଦ ନିର୍ବାଚନ ସରଗରମ ହୋଇ ଉଠିଥିଲା ବେଳେ ବିଜେଡି ସପକ୍ଷରେ ଅଧିକରୁ ଅଧିକ ଭୋଟ ପାଇଁ ପ୍ରମୁଖ କର୍ମୀଙ୍କୁ ନେଇ ଟ୍ରଷ୍ଟ କାର୍ଯ୍ୟାଳୟରେ ବୈଠକ ଡକାଇଥିଲେ । ଚମ୍ପୁଆ ଏନଏସିର ସର୍ବାଙ୍ଗିନ ଉନ୍ନତି ଓ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ହେଲେ ବିଜେଡି ଏକମାତ୍ର ବିକଳ୍ପ ବୋଲି ଶ୍ରୀ ମହାକୁଡ଼ ସୂଚନା ଦେଇଥିଲେ।ଏପରିକି ଉପସ୍ଥିତ ଶତାଧିକ କର୍ମୀମାନଙ୍କୁ ଶଙ୍ଖଚିହ୍ନରେ ଭୋଟ ବିପୁଳ ପରିମାଣରେ ଦେବାକୁ ଆହ୍ଵାନ ଦେଇଥିଲେ । ଚମ୍ପୁଆ ବାସୀଙ୍କର ସ୍ୱପ୍ନର ସାକାର ତଥା ବିକାଶକୁ ଅଗ୍ରାଧିକର ଦିଆଯିବାର ପ୍ରତିଶୃତି ଦେଇଥିଲେ ଓ କହିଥିଲେ ଯେ ମୋର ଶେଷ ବିନ୍ଦୁଥିବା ଯାଏଁ କେବଳ ଚମ୍ପୁଆ ନୁହେଁ ସାରା କେନ୍ଦୁଝର ଜିଲ୍ଲାର ବିକାଶ ମୋର ଲକ୍ଷ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ ଉପସ୍ଥିତ ଥିଲାବେଳେ ବିଜେଡି ପକ୍ଷରୁ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ଗିରିଜା ଶଙ୍କର ସାହୁ(ଟିଟୁ) ଭାଇ ସମେତ ୧୩ଟି ୱ।ର୍ଡର କାଉନସିଲର ପ୍ରାର୍ଥୀ ଉପସ୍ଥିତ ଥିଲେ ।

ଚମ୍ପୁଆ ରିପୋର୍ଟର ଦାଶରଥି ଗିରି Focus Plus

Related post

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ…
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ଝିଅ ମାଳତୀର ଫଟୋ

ଫୋକସ ପ୍ଲସ ୩୧/୧/୨୩(ବ୍ୟୁରୋ):ଅଭିନେତ୍ରୀ ପ୍ରିୟଙ୍କାଙ୍କ ଝିଅ ଅବିକଳ ନିକ ଜୋନାସଙ୍କ ଭଳି ଦେଖାଯାଉଛନ୍ତି | ପ୍ରିୟଙ୍କା ସୋସିଆଲ ମିଡିଆରେ ଝିଅ ମାଳତୀର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।…
ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ପ୍ରଶ୍ନପତ୍ର ଲିକ ଘଟଣାରେ ଶିକ୍ଷକ ଗିରଫ

ଫୋକସ ପ୍ଲସ ୩୧/୧/୨୩(ମାଲକାନଗିରି):ପ୍ରଶ୍ନ ପତ୍ର ଲିକ ଘଟଣାରେ ଗିରଫ ହେଲେ ମାଲକାନଗିରି ଶିକ୍ଷକ l ଗୁଜରାଟରୁ ମାଲକାନଗିରି ଲମ୍ବିଛି ବଡ ଧରଣର ପ୍ରଶ୍ନପତ୍ର ସ୍କାମ। ଗୁଜରାଟ ପଞ୍ଚାୟତ ସର୍ଭିସ…

Leave a Reply

Your email address will not be published.