ଖାଉଟିଙ୍କୁ ମହଙ୍ଗାମାଡ଼ ବଢିଲା ମ୍ୟାଗି-ଚା-କଫି ଦାମ୍

ଖାଉଟିଙ୍କୁ ମହଙ୍ଗାମାଡ଼ ବଢିଲା ମ୍ୟାଗି-ଚା-କଫି ଦାମ୍

ବିଭିନ୍ନ ନିତ୍ୟ ବ୍ୟବହାର‌୍ୟ୍ୟ ସମଗ୍ରୀ ଦର ବୃଦ୍ଧି ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି ଖାଉଟି। ଦିନକୁ ଦିନ ଖାଦ୍ୟ ସାମଗ୍ରୀର ଦରଦାମ ବଢୁଥିବା ବେଳେ ଏବେ ବଢିଲା ମ୍ୟାଗି, ଚା\’ ଓ କଫିର ଦାମ୍ । ଏଣିକି ୧୨ ଟଙ୍କିଆ ମ୍ୟାଗି ପ୍ୟାକେଟ୍ କିଣିବା ପାଇଁ ଆପଣ ଦେବାକୁ ପଡିବ ଅଧିକ ଟଙ୍କା ।

ମହଙ୍ଗା ମାଡ ସହ ଜୁଝୁଥିବା ଖାଉଟିଙ୍କୁ ଆଉ ଏକ ଝଟ୍‌କା । ବଢିଲା ମ୍ୟାଗି, ଚା\’ ଓ କଫିର ଦାମ୍ । ଏଣିକି ୧୨ ଟଙ୍କିଆ ମ୍ୟାଗି ପ୍ୟାକେଟ୍ କିଣିବା ପାଇଁ ଆପଣ ଦେବାକୁ ପଡିବ ଅଧିକ ଟଙ୍କା । ନେସଲେ ଏବଂ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ କିଛି ଖାଉଟି ସାମଗ୍ରୀର ଦାମ୍ ବୃଦ୍ଧି କରିଛନ୍ତି । ନୂଆ ଦର ଅନୁସାରେ, ମସାଲା ନୁଡୁଲ୍ସର ୭୦ ଗ୍ରାମ୍ ପ୍ୟାକେଟ୍ ମୂଲ୍ୟ ଏବେ ୧୨ ଟଙ୍କା ବଦଳରେ ୧୪ ଟଙ୍କାରେ ମିଳିବ । ଅର୍ଥାତ୍ ମ୍ୟାଗି ମୂଲ୍ୟ ୨ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ୧୪୦ ଗ୍ରାମ୍ ପ୍ୟାକେଟ୍ ଦାମ୍ ୩ ଟଙ୍କା ବଢିଥିବାବେଳେ ୫୬୦ ଗ୍ରାମ୍ ପ୍ୟାକେଟ୍ ଦରରେ ୯.୪ ପ୍ରତିଶତ ବୃଦ୍ଧି ଘଟିଛି । ଯାହାପରେ ଏହି ପ୍ୟାକେଟ୍ ମୂଲ୍ୟ ୯୬ ଟଙ୍କାରୁ ୧୦୫ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ଚା\’ ଏବଂ କଫି ମଧ୍ୟ ମହଙ୍ଗା ହୋଇଛି । ବ୍ରୁ ଦର ୩ରୁ ୭ ପ୍ରତିଶତ ବଢିଥିବା ବେଳେ ବ୍ରୁ ଗୋଲ୍ଡ ଦାମ୍ ୩ରୁ ୪ ପ୍ରତିଶତ ବୃଦ୍ଧି ପାଇଛି ।

ଇଷ୍ଟାଣ୍ଚ କଫି ପ୍ୟାକେଟ୍ ଦାମ ୩ ପ୍ରତିଶତରୁ ୬.୬୬ ପ୍ରତିଶତ ବୃଦ୍ଧି ପାଇଛି । ଏହାବ୍ୟତୀତ ତାଜମହଲ ଚା\’ ଦାମ୍ ୩.୭ ପ୍ରତିଶତରୁ ୫.୮ ପ୍ରତିଶତ ଯାଏଁ ବଢିଛି । ସେହିପରି ବ୍ରୁକ ବ୍ରାଣ୍ଡ ଚା\’ ୧.୫ ପ୍ରତିଶତରୁ ୧୪ ପ୍ରତିଶତ ଯାଏଁ ମହଙ୍ଗା ହୋଇଛି । ଉତ୍ପାଦନ ବ୍ୟୟ ବଢିବା ଯୋଗୁଁ ଦାମ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Related post

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ଫୋକସ ପ୍ଲସ 26/5/22 (କେନ୍ଦ୍ରାପଡା):ବୋହୁ କରିଥିଲେ ଋଣ |ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ…
ନାଚ ଗୀତାରେ ଝୁମିଲେ ଏସପି

ନାଚ ଗୀତାରେ ଝୁମିଲେ ଏସପି

ଫୋକସ ପ୍ଲସ 26/5/22 (ନବରଙ୍ଗପୁର): କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବ ରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l ନବରଙ୍ଗପୁର ଜିଲ୍ଲା…
ବ୍ୟବସାୟୀଙ୍କ ଉପରେ ଅଚାନକ ଚଢାଉ

ବ୍ୟବସାୟୀଙ୍କ ଉପରେ ଅଚାନକ ଚଢାଉ

ଫୋକସ ପ୍ଲସ 26/5/22 (ଆଗରପଡ଼ା ): ଆଜି ପୂର୍ବାହ୍ନରେ ବନ୍ତ ବ୍ଲକ ଅଧୀନ ଆଗରପଡ଼ା ଅଞ୍ଚଳରେ ତମାଖୁ ବ୍ୟବସାୟୀଙ୍କ ଉପରେ ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ କରଯାଇଛି…

Leave a Reply

Your email address will not be published.