
ଧରାପୃଷ୍ଟରେ ଅବତରଣ କରିଛନ୍ତି ଯୁଗଳ ମୂରତୀ
- Breaking newsମନୋରଞ୍ଜନରାଜ୍ୟ
- March 18, 2022
- No Comment
- 169
ଓଡ଼ିଶାର ଅନନ୍ୟ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି ଦୋଳ ଯାତ୍ରା ବୈଷ୍ଣବ ଧର୍ମର ଅନନ୍ୟ ଉଦାହରଣ I ପୃଥିବୀରେ ନୂତନ ଶିହରଣ ଯୋଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳ ଯାତ୍ରାର ଆୟୋଜନ କରାଯାଇଥାଏ I ଏହି ପର୍ବର ମୁଖ୍ୟ ଆରାଧ୍ୟ ଦେବତା ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନ ଠାରୁ ଅଭିର ଅର୍ପଣ କରାଯାଇଥାଏ I
ରାଧା କୃଷ୍ଣଙ୍କ ଯୁଗଳମୂର୍ତ୍ତୀ ବିମାନରେ ମହା ଆଡମ୍ବର ସହକାରେ ଗ୍ରାମରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ଦୁଆରକୁ ଯାଇଥାନ୍ତି I ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ I ସଂଗେ ସଂଗେ ପୁରୋହିତଙ୍କୁ ଦାନ ଦକ୍ଷିଣା ଦିଆଯାଇଥାଏ I ଦୋଳ ପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁର ମାନଙ୍କୁ ମନ୍ଦିରର ଦକ୍ଷିଣ ପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ I