ଅନ୍ତରାଷ୍ଟ୍ରୀୟ ବୁକ୍ ଅଫ୍ ରେକର୍ଡସରେ ଅନୁଗୋଳ ଶିମିଳିପଡା ର ସ୍ୱରୂପ କୁମାର ।

ଅନ୍ତରାଷ୍ଟ୍ରୀୟ ବୁକ୍ ଅଫ୍ ରେକର୍ଡସରେ ଅନୁଗୋଳ ଶିମିଳିପଡା ର ସ୍ୱରୂପ କୁମାର ।

ଅନୁଗୋଳ ଶିମିଳିପଡାର ୬ ବର୍ଷର ଶିଶୁ ସ୍ୱରୂପ କୁମାର ପାଳ ୨୦୨୨ ମସିହାର ଅନ୍ତରାଷ୍ଟ୍ରୀୟ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁ ତାଙ୍କ ଆଖିରେ କଳାକନା ବାନ୍ଧି ( ଅନ୍ଧତ୍ୱ କରି ) ଭାରତ ଦେଶର ୨୯ଟି ରାଜ୍ୟର ଖଣ୍ଡ ଖଣ୍ଡ ମାନଚିତ୍ରକୁ ନିଜ ହାତରେ ସ୍ପର୍ଶ କରି, ନିର୍ଭୁଲ ଭାବରେ ପ୍ରତ୍ୟେକ ରାଜ୍ୟର ନାମକୁ ୨ ମିନିଟ ୮ ସେକେଣ୍ଡରେ ପ୍ରକାଶ କରି ବିଶ୍ୱ ରେକର୍ଡ ଅଫ୍ ଏକସିଲେନ୍ସ୍ ହୋଇଛନ୍ତି । ଡାକ୍ତର ରାକେଶ ସନ୍ତୋଷ କୁମାର ପାଳ ଓ ଡାକ୍ତର ସୁଶ୍ରୀମା ପାଣିଗ୍ରାହୀଙ୍କ ସୁପୁତ୍ର ସ୍ୱରୂପ ଅଟନ୍ତି । ସେ ୨୦୨୧ ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ମଧ୍ୟ ସ୍ଥାନ ପାଇଥିଲେ । ସେ ବର୍ତ୍ତମାନ ଡିପିଏସ ନାଲକୋରେ ପ୍ରଥମ ଶ୍ରେଣୀର ଛାତ୍ର ଅଟନ୍ତି । ସେ ସମସ୍ତ ଶ୍ରେୟ ପ୍ରଥମେ ତାଙ୍କ ମା ସୁଶ୍ରୀମା ପାଣିଗ୍ରାହୀଙ୍କୁ ଓ ତାଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଦିଅନ୍ତି । ସେ ୨୦୨୧ ରେ ସ୍ୱାଧୀନତା ଦିବସ କଂଟେଷ୍ଟରେ ପ୍ରଥମ ପୁରସ୍କାର ( ଭାଷଣ ), ଇଣ୍ଡିଆ ଷ୍ଟାର ଆଇକନ୍ କଡ଼ିସ୍ ଆଚିଭର ପୁରସ୍କାର ୨୦୨୧, ପୁନେ ଏବଂ ସ୍ୱଚ୍ଛ ଭାରତ ଆର୍ଟ ଏକସିଲେନ୍ସ ପୁରସ୍କାର ୨୦୨୨ ପାଇ ପାରିଛନ୍ତି ।

ଅନୁଗୋଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *