
ଭିଜିଲାନ୍ସ ଜାଲରେ ବନ୍ତଳା ଆରଆଇ
- Breaking newsଅପରାଧଦେଶ ବିଦେଶରାଜ୍ୟ
- March 18, 2022
- No Comment
- 150
ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା ଆର ଆଇ ଜଗବନ୍ଧୁ ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବା ବେଳେ ଧାରା ପଡିଛନ୍ତି।ସୂଚନା ମୁତାବକ ବନ୍ତଳା ଅଞ୍ଚଳର ସୁବାଷ ସାହୁ ଜମି ପଟ୍ଟା କରିବାକୁ ଆର ଆଇ ଜଗବନ୍ଧୁ ନାଏକଙ୍କ ପାଖକୁ ଯାଇଥିଲେ।ଆର ଆଇ ଲାଞ୍ଚ ମାଗିବାରୁ ସୁବାଷ ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।ଆଜି ମଧ୍ୟାହ୍ନ ସମୟରେ ଆର ଆଇ ସୁବାଷଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡ଼ିଥିଲେ।ଆର ଆଇ ଏହି ଟଙ୍କାକୁ ଜଣେ ସ୍ଥାନୀୟ ଲୋକ ତ ନପନ ସାହୁଙ୍କ ମାଧ୍ୟମରେ ଅଭିଯୋଗ କାରୀ ସୁବାଷ ପାଖରୁ ଆଣିବାକୁ କହିଥିଲେ।ଘଟଣା ସ୍ଥଳରେ ନପନକୁ ମଧ୍ୟ ଭିଜିଲାନ୍ସ କାବୁ କରିଥିଲା।ଅନୁଗୁଳ ଭିଜିଲାନ୍ସ ବିଭାଗର ଡି ଏସ ପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଏକ ଟିମ ଆର ଆଇ ଙ୍କୁ କାବୁ କରିବା ବେଳେ ଉପସ୍ଥିତ ଥିଲେ।
ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ