ଆଦିବାସୀ ଗାଁ ଜୁନିଆନି ରେ ଜଳ ସଙ୍କଟ

ଆଦିବାସୀ ଗାଁ ଜୁନିଆନି ରେ ଜଳ ସଙ୍କଟ

ଗ୍ରୀଷ୍ମ ଋତୁ ପୂର୍ବରୁ ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ତୁହାକୁତୁହା ବୈଠକ ବସି ଅଞ୍ଚଳର ପାନୀୟ ଜଳର ଉତ୍କଟ ଅଭାବ କୁ ଦୂର କରିବା ପାଇଁ ଆଲୋଚନା କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ ହେଲେ ବିଭାଗୀୟ ଅଧିକାରୀ ଗାଁ କୁ ଗାଁ ବୁଲି ସମସ୍ୟାର ସମାଧାନ କରିବା ତ ଦୂରର କଥା ଏପରିକି ପାଣି ସମସ୍ୟା ଭୋଗୁଥିବା ଗାଁ ଲୋକେ ବ୍ଲକ କୁ ଆସି ସମସ୍ୟା ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥାଏ,ହଁ ଆଜ୍ଞା ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ରାଜବାହାଲ୍ ପଞ୍ଚାୟତ ଜୁନିଆନି ଗାଁ କଥା ।ଛତିଶଗଡ ସୀମାନ୍ତରେ ଅବସ୍ଥିତ ଏହି ଗାଁ,ଏହା ଏକ ରାଜସ୍ଵ ଗ୍ରାମ,ଜନସଂଖ୍ୟା ୧୩୦ ରୁ ଉର୍ଦ୍ଧ ।ପାହାଡ ଶୀର୍ଷ ଦେଶରେ ଥିବା ଏହି ଲୋକେ ଦୀର୍ଘ ବର୍ଷ ଧରି ରାସ୍ତା,ବିଜୁଳି,ଶିକ୍ଷା, ଓ ପାନୀୟ ଜଳ ସମସ୍ୟା ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି,ଦୀର୍ଘ ବର୍ଷ ପୂର୍ବରୁ ପ୍ରଶାସନ ପକ୍ଷରୁ ଗୋଟିଏ ନଳକୂପ ବସା ଯାଇଥିଲା ଯାହାକି ଅଚଳ ହୋଇ ପଡ଼ିଛି ଫଳରେ ବାଧ୍ୟ ହୋଇ ଗାଁ ଲୋକେ ଏକ କୂଅ ଖୋଲି ବ୍ୟବହାର କରିଥାନ୍ତି ତାହା ମଧ୍ୟ ଖରା ଦିନେ ଶୁଖି ଯାଇଥାଏ।ନିକଟ ଅତୀତରେ ପଞ୍ଚାୟତ ନିର୍ବାଚନ ରେ ଏମାନେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ ହେଲେ କରିବେ କଣ ସରଳ ନିଷ୍କପଟ ଆଦିବାସୀ ମାନେ ବାଧ୍ୟ ହୋଇ କାଳେ କିଏ ପାନୀୟ ଜଳ ସମସ୍ୟା ଦୂର କରିଦେବ ସେ ଆଶା ନେଇ ଭୋଟ ଦେଇଥିଲେ ।ଏହି ଗାଁ ର ସମସ୍ତ ଅଧିବାସୀ ଅଳ୍ପ ଶିକ୍ଷିତ ,ପ୍ରଶାସନ ହେଉକି ଜନ ପ୍ରତିନିଧି କାହାରି ନଜର ପଡ଼ି ନ ଥାଏ ଏହି ଗାଁ ଉପରେ । ନିର୍ବାଚନ ସମୟରେ ଗାଁ ଲୋକଙ୍କୁ ନେତା ମାନେ ଅନେକ ପ୍ରତିଶ୍ରୁତି ଦେଇ ଥାନ୍ତି ହେଲେ ନିର୍ବାଚନ ସରିଲେ କିଏ କାହାର ।ଅନ୍ୟପଟେ ଦେଖିବାକୁ ଗଲେ ୫ ମାସ ପୂର୍ବେ ମନ୍ତ୍ରୀ ପ୍ରତାପ ଜେନା ସୁନ୍ଦରଗଡ଼ ଗସ୍ତରେ ଆସି ଅନେକ ବ୍ଲକ କୁ ଯାଇ ବିଶେଷ କରି ପାନୀୟ ଜଳର ସମୀକ୍ଷା କରି ଅଧିକାରୀଙ୍କୁ ତାଗିଦ କରିଥିଲେ କିନ୍ତୁ ମନ୍ତ୍ରୀଙ୍କ ସମୀକ୍ଷା କୌଣସି କାମ ଦେଲା ନାହିଁ ।ଯଥାଶୀଘ୍ର ଲେଫ୍ରିପଡ଼ା ବ୍ଲକ ରେ ଥିବା ଆର୍ ଡବ୍ଲୁ ଏସ ଏସ ଜେଇ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗାଁ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଦାବି ହେଉଛି ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *