ଚାକିରୀ ଦେବା ନାଁରେ ଠକେଇ କରି ଜଣେ ଗିରଫ।

ଚାକିରୀ ଦେବା ନାଁରେ ଠକେଇ କରି ଜଣେ ଗିରଫ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜଣେ ବ୍ୟକ୍ତି ଲୋକଙ୍କୁ ଶିକ୍ଷକ ଚାକିରୀ କରେଇ ଦେବା ନାଁ ରେ ଠକେଇ କରି ଗିରଫ ହୋଇଛନ୍ତି ।ଏନେଇ ଭବାନୀପାଟଣା ମନ୍ଦାର ବଗିଚାପଡା ର ସୁଧୀର କୁମାର ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ଭବାନୀପାଟଣା ଟାଉନ ଥାନା କେଶ ନମ୍ବର ୧୧୩ ରେ ଏକ ମାମଲା ରୁଜୁ କରି ପୋଲିସ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଲେ ଯେ , ଭବାନୀପାଟଣା ଅନ୍ତର୍ଗତ ମେଦିନି ପୁର ଗ୍ରାମର ରୁଦ୍ରଧର ନନ୍ଦଙ୍କ ପୁଅ ମନୋରଞ୍ଜନ ନନ୍ଦ ନାମକ ଜଣେ ବ୍ୟକ୍ତି ୨୦୧୮ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିକ୍ଷିତ ବେକାରୀ ଯୁବକ ଯୁବତୀ ମାନଙ୍କ ସରଲତାର ଫାଇଦା ଉଠାଇ ସେମାନଙ୍କ ଠାରୁ ଟଙ୍କା ନେଇ ନକଲି ସାର୍ଟିଫିକେଟ ଓ ନିଯୁକ୍ତି ଆଦେଶ ଯୋଗାଇ ଆସୁଥିଲେ । ଏହିପରି କି ବର୍ତ୍ତମାନ ପର୍ଯନ୍ତ ୭.୬ଲକ୍ଷ ଟଙ୍କା ଲୋକଙ୍କ ଠାରୁ ଠକେଇ କରିଥିବା ମଧ୍ୟ ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ସେ କେନ୍ଦ୍ରିୟବିଦ୍ୟାଳୟ ସଙ୍ଗଠନ ନିଉ ଦିଲ୍ଲୀ, ଏପଏଣ୍ଟମେଣ୍ଟ ଲେଟର ଅଫ ସେଣ୍ଟର ଟ୍ରେନିଂ ଏଣ୍ଡ କାଉନ ସେଲିଙ୍ଗ ସେଣ୍ଟର ଓଡିଶା,ଫୋରୁଆଡିଙ୍ଗ ଲେଟର ଅଫ କେନ୍ଦ୍ରିୟବିଦ୍ୟାଳୟ ନିଉଦିଲ୍ଲୀ,ଲେଟର ଅଫିସ ଅପ ଦ କଲେକ୍ଟର ଏଣ୍ଡ ଡିଷ୍ଟ୍ରିକ ଆଜିଷ୍ଟ୍ରେଟ କଳାହାଣ୍ଡି । ଏହିପରି ଅନେକ ହଁ ତଦନ୍ତ ଜାରୀରହି ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Related post

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଘାତକ ହୋଇପାରେ ଡାର୍କ ଚକୋଲେଟ |

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚକୋଲେଟ ଖାଇବା କାହାର ପସନ୍ଦ ନଥାଏ | ଡାର୍କ ଚକୋଲେଟ୍‌ ଖାଇବା ତ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି…
ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଭାରତରେ ବ୍ୟାନ ହେବ ଚାଇନିଜ ଆପ

ଫୋକସ ପ୍ଲସ ୬/୨/୨୩(ବ୍ୟୁରୋ):ଚୀନ ବିରୋଧରେ ଭାରତର ବଡ଼ ପଦକ୍ଷେପ । ଚୀନ୍ ଅନଲାଇନ୍ ଆପଗୁଡିକୁ ହଟେଇବା ପାଇଁ ଭାରତ ବିଭିନ୍ନ କସରତ କରୁଛି | ଏକାବେଳେ ୨୩୨ ଆପ୍…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…

Leave a Reply

Your email address will not be published.