ଆସିଲା ସୁପ୍ରିମକୋର୍ଟଙ୍କ ରାୟ , ଏଣିକି ପିତାମାତାଙ୍କ ସହ ସମ୍ପର୍କ ନ ରଖିଲେ ମିଳିବନି ସମ୍ପତ୍ତି I

ଆସିଲା ସୁପ୍ରିମକୋର୍ଟଙ୍କ ରାୟ , ଏଣିକି ପିତାମାତାଙ୍କ ସହ ସମ୍ପର୍କ ନ ରଖିଲେ ମିଳିବନି ସମ୍ପତ୍ତି I

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ପୈତୃକ ସମ୍ପତ୍ତିରୁ ଭାଗ । ଅର୍ଥାତ ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ସମ୍ପର୍କ ନ ରଖେ, ତେବେ ତାର ପୈତୃକ ସମ୍ପତ୍ତିରେ ଭାଗ ମାଗିବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ।

ସୁପ୍ରିମକୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ କିଶାନ୍ କୌଲ୍ ଏବଂ ଏମ୍ ଏମ୍ ସୁନ୍ଦରେଶଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ନ ରଖେ, ତା’ହେଲେ ତାଙ୍କ ପିତାଙ୍କଠାରୁ ଟଙ୍କା ମାଗିବାର ତାଙ୍କର କୌଣସି ଅଧିକାର ନାହିଁ।

ଏହି ପରିପ୍ରେକ୍ଷୀରେ ଝିଅର ସର୍ବନିମ୍ନ ବୟସ ୨୦ ବର୍ଷ ରହିଥିଲା, ଯେଉଁଥିରେ ଝିଅ ନିଜର ପଥ ବାଛିବାର ଅଧିକାର ଥିଲା। ତେବେ ଏହାରି ମଧ୍ୟରେ ସେ ଯଦି ନିଜ ପିତାମାତାଙ୍କ କୌଣସି ସମ୍ପର୍କ ନ ରଖେ, ତା’ହେଲେ ସେ ନିଜ ପାଠପଢା ପାଇଁ ପିତାମାତାଙ୍କଠାରୁ ଟଙ୍କା ମାଗି ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଅନୁଯାୟୀ, ଝିଅର ବୟସ ଅନୁଯାୟୀ ତାଙ୍କୁ ତାଙ୍କ ଜୀବନର ରାସ୍ତା ବାଛିବା ପାଇଁ ଅଧିକାର ଦିଆଯାଇଛି । କିନ୍ତୁ ଏହା ପରେ ସେ ନିଜ ପିତାମାତାଙ୍କ ଠାରୁ କୌଣସି କାରଣ ପାଇଁ ଟଙ୍କା କିମ୍ବା ହକ୍ ମାଗି ପାରିବେ ନାହିଁ।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ଆହୁରି କହିଛନ୍ତି ଯେ, ଯଦି ମା ଚାହିଁଲେ ନିଜ ଭତ୍ତାରୁ ଝିଅକୁ ସହଯୋଗ କରିପାରିବେ। ଏକ ଛାଡପତ୍ର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ସ୍ୱାମୀ ନ୍ୟାୟ ପାଇବା ପାଇଁ ଏକ ପିଟିସନ୍ ଦାଖଲ କରିଥିଲେ, ଯାହାକି ପୂର୍ବରୁ ପଞ୍ଜାବ ଏବଂ ହରିୟାଣା କୋର୍ଟ ଦ୍ୱାରା ଖାରଜ ହୋଇସାରିଛି । ସେଥିପାଇଁ ବ୍ୟକ୍ତି ଜଣକ ଛାଡ଼ପତ୍ର ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଏହି ମାମଲାରେ ପ୍ରଥମେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲା। ଛାଡପତ୍ର ଆବେଦନ ବେଳେ ଆଉ ଏକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ଏକ ପିତା ଏବଂ ଝିଅ ମଧ୍ୟରେ ସମ୍ପର୍କକୁ ପୁନଃ ନିର୍ମାଣ ନେଇ ଏକ ପିଟିସନ୍ ଦାଖଲ ହୋଇଥିଲା । ଝିଅଟି ଜନ୍ମରୁ ତାଙ୍କ ମା ସହିତ ରହୁଥିଲା ଏବଂ ବର୍ତ୍ତମାନ ୨୦ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ଦେଖିବାକୁ ମନା କରିଦେଇଥିଲା । ଏହି ପରିପ୍ରେକ୍ଷୀରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଝିଅଟି ତା’ର ଶିକ୍ଷା ପାଇଁ ପିତାଙ୍କଠାରୁ କୌଣସି ଟଙ୍କା ମାଗିପାରିବ ନାହିଁ।

Related post

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ…
ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ବଳାତ୍କାର ପରେ ହତ୍ୟା କରିଲେ ନାବାଳକ

ଫୋକସ ପ୍ଲସ 05/02/2023(ରଓ୍ବୋ) ମଧ୍ୟପ୍ରଦେଶ ରଓ୍ବୋ ଜିଲ୍ଲା ରେ ଜଣେ ୧୬ ବର୍ଷର ନାବାଳକ ୫୮ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି। ଦୁଇବର୍ଷ ତଳେ ବୃଦ୍ଧାଙ୍କ…
ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଫୋକସ ପ୍ଲସ 5/2/2023 (ବ୍ୟୁରୋ): ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ)…

Leave a Reply

Your email address will not be published.