ଭୋକିବାକୁ ନେଇ କୁକୁରକୁ ଛୁରୀଭୂସୀ ହତ୍ୟା କଲେ ଯୁବକ I

ଭୋକିବାକୁ ନେଇ କୁକୁରକୁ ଛୁରୀଭୂସୀ ହତ୍ୟା କଲେ ଯୁବକ I

ରାଜଧାନୀ ଦିଲ୍ଲୀରେ କଲ୍ୟାଣପୁରୀ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । କଥାରେ ଅଛି ମଣିଷର ପରମ ଶତ୍ରୁ ହେଉଛି କ୍ରୋଧ । ଏହାର ଅନେକ ଉଦାହରଣ ସବୁବେଳେ ସମାଜରେ ଦେଖିବାକୁ ମିଳିଥାଏ । କ୍ରୋଧରେ ମଣିଷକୁ ମଣିଷ ମାରିବା କଥା ଆପଣ ମାନେ ଜାଣିଥିବେ, ହେଲେ ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଉଛୁ, ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ ।

ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୁକୁର ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ସବୁବେଳେ ଭୋକିବାରୁ ସେ କ୍ରୋଧିତ ହୋଇ ଉଠିଥିଲେ । ଏହାପରେ ସେ ନିଜର ହିତାହତ ଜ୍ଞାନ ହରାଇ ବସିଥିଲେ । ଫଳସ୍ୱରୂପ ଶେଷରେ କୁକୁରକୁ ଛୁରୀ ଭୁସି ହତ୍ୟା କରିଥିଲେ । ଏହି ହତ୍ୟା ବ୍ୟକ୍ତିଙ୍କୁ ବର୍ତ୍ତମାନ ମହଙ୍ଗା ପଡିଛି । ପୋଲିସ ଏହି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଗିରଫ ହେବା ପରେ ବ୍ୟକ୍ତି ଜଣକ ବୟାନ ଦେଇ କହିଛନ୍ତି, ସବୁବେଳେ ଭୋକିବାରୁ ମୁଁ ଏଥିରେ ରାଗିଯାଇ ତାକୁ ହତ୍ୟା କରିଛି ।

ଖବର ଅନୁଯାୟୀ ଏମିତି ଏକ ଘଟଣା କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ନୋଏଡାର ଛଲେରା ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଏକ ଗଳିର କୁକୁରଙ୍କୁ ବେସବଲର ବ୍ୟାଟରେ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ବିନୋଦ କୁମାରଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ କନଷ୍ଟେବଳ ଉତ୍ତରପ୍ରଦେଶ ହାପୁଡ ଜିଲ୍ଲାର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଥିଲା । ସେ ବର୍ତ୍ତମାନ ନୋଏଡାର ସେକ୍ଟର ୩୯ ପୋଲିସ୍ ଷ୍ଟେସନ କ୍ଷେତ୍ରର ସେକ୍ଟର-୪୪ ର ଖାଲେରା ଗ୍ରାମରେ ରୁହନ୍ତି ।

ଅଭିଯୁକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ଏବଂ ସାନ ପୁଅ କୁକୁରକୁ ଡରୁଥିଲେ । ତାଙ୍କ ପରିବାରର ସଦସ୍ୟ ଗଳିରେ ଯିବା ସମୟରେ କୁକୁର ମାନେ ସବୁବେଳେ ଭୁକିବାରୁ କନଷ୍ଟେବଳ କୁକୁରଙ୍କୁ ମାରିବା କଥା ନିଜ ବୟାନରେ କହିଥିଲେ । ତେବେ ଏହି ଘଟଣା ପରେ କନଷ୍ଟେବଳ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ପୋଲିସକୁ ଖବର ଦିଆଯିବା ପରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିଲା । ଆଇପିସିର ଧାରା ୪୨୯ ଅନୁଯାୟୀ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲା ଓ ତାଙ୍କୁ ଗିରଫ କରିଥିଲା ।

He was found at the crime scene

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *