ଖୁବଶୀଘ୍ର ହାଇଦ୍ରାବାଦରେ ଇଞଗରେ ମିଳିବ ସୁନା

ଖୁବଶୀଘ୍ର ହାଇଦ୍ରାବାଦରେ ଇଞଗରେ ମିଳିବ ସୁନା

ଏଣିକି ଭାରତରେ ଦେଖିବାକୁ ମିଳିବ ସୁନା ଇଞଗ । ତେବେ ଏହି ସୁନା ଇଞଗ ହାଇଦ୍ରାବାଦରେ ଖୁବଶିଘ୍ର ଖୋଲିବ। ଏହି ସୁନା ଏଟିଏମର ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣର ସୁବିଧା ମଧ୍ୟ ରହିବ । ସେହିପରି ଏବେ ମେଡିସିନ ପ୍ରଦାନ କରୁଥିବା ସୁନା ଏଟିଏମ ରହିଥିବା ଶୁଣିବାକୁ ମିଳିଛି । ତେବେ ସୁନା ଏଟିଏମ ଖୁବଶୀଘ୍ର ଆସିବା ନେଇ ଗୋଲ୍ଡ ସିକ୍କା ଘୋଷଣା କରିଛି ।

ଗୋଲ୍ଡ ସିକ୍କା ଅଫିସ୍‌ରେ ସୁନା ଏଟିଏମ ସ୍ଥାପନ ନେଇ ଏକ ବୈଠକ ହୋଇଥିବା ବେଳେ କେଉଁ ସବୁ ସ୍ଥାନରେ ଲାଗିବ ଏନେଇ ଆଲୋଚନା ହୋଇଛି । ସେହିଭଳି ବର୍ତ୍ତମାନ ଦୁବାଇରେ ଦୁଇଟି ସ୍ଥାନରେ ଏବଂ ବ୍ରିଟେନରେ ପାଞ୍ଚଟି ସ୍ଥାନରେ ସୁନା ଏଟିଏମ ରହିଛି। ଆସନ୍ତା ଦୁଇ ମାସ ମଧ୍ୟରେ ହାଇଦ୍ରାବାଦର ଗୋଲ୍ଡ ସିକ୍କା ଆବିଡସ, ପାନ ବଜାର ଏବଂ ଘାନସି ବଜାର ଅଞ୍ଚଳରେ ଏଟିଏମ୍ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । କମ୍ପାନୀର ଉଋଙ ସୟଦାର ତରାଜ କହିଛନ୍ତି ଯେ, ଏହି ଏଟିଏମ ଗୁଡିକ ମାଧ୍ୟମରେ ୦.୫ ଗ୍ରାମରୁ ୧୦୦ ଗ୍ରାମ ସୁନା ମୁଦ୍ରା ଉଠାଯାଇ ପାରିବ ।

ଏତଦ୍‌ବ୍ୟତିତ୍ ସର୍ବଦା ବଦଳୁ ଥିବା ସୁନା ମୂଲ୍ୟ ଏଟିଏମ ସ୍କ୍ରିନରେ ପ୍ରଦର୍ଶିତ ହେବ ଏବଂ ଗୁଣବତ୍ତା ଏବଂ ଗ୍ୟାରେଣ୍ଟି ଡକ୍ୟୁମେଣ୍ଟ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏହା ସହ ଯେକୌଣସି ଏଟିଏମ ପରି କାମ କରେ ବୋଲି ସେ କହିଛନ୍ତି ।

 

ଅନ୍ୟପଟେ ଏହାର କାର‌୍ୟ୍ୟଦକ୍ଷତା ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଟ୍ରଙ୍କ୍ସ ଡାଟାୱେୟାର ଏବଂ କେଏଲ-ହାଇ-ଟେକ୍ ଭଳି କମ୍ପାନୀ ପ୍ରସ୍ତୁତ କରିଛନ୍ତି । ତେବେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରି ୦.୫, ୧, ୨, ୫, ୧୦, ୨୦, ୫୦, ୧୦୦ ଗ୍ରାମ ସୁନା ମୁଦ୍ରା ୯୯.୯୯ ପ୍ରତିଶତ ଶୁଦ୍ଧତାର ସୁନା ମୁଦ୍ରା ଉଠାଇ ପାରିବେ ଗ୍ରାହକ । ଏହା ସହ ପ୍ରିପେଡ ଏବଂ ପୋଷ୍ଟପେଡ କାର୍ଡ ମଧ୍ୟ ପ୍ରଦାନ କରାଯିବ । ସହ ସାରା ଦେଶରେ ୩ହଜାର ଏଟିଏମ ସ୍ଥାପନ ଲକ୍ଷ୍ୟ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *