ଇଚ୍ଛା ନଦୀରୁ ଯୁବକଙ୍କ ଶବ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁରୁଗୁଡ଼ା ଇଚ୍ଛା ନଦୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ପ୍ରାପ୍ତ ଖବର ରୁ ପ୍ରକାଶ ଯେ
ଗତକାଲି ସନ୍ଧ୍ୟାରେ ରାତୁ ମାଝୀ ଘରୁ କୁଆଡେ ବାହାରି ଥିଲା ଆଉ ସେ ଘରକୁ ଫେରି ନ ଥିଲା ,ଆଜି ସକାଳେ ଭୋର୍ ୫ ଟା ସମୟରେ ତାର ସାନ ଭାଇ ଦୀପକ ମାଝୀ ଶୌଚ ହେବା ପାଇଁ ପାଖ ଇଚ୍ଛା ନଦୀକୁ ଆସିଥିବା ବେଳେ ଦେଖିଲା ଯେ ତାର ବଡ ଭାଇ ରାତୁର ଶବ ଭାସୁଥିଲା ,ଯାହାକି ତାଙ୍କ ଘର ଆଉ ନଦୀ ମଧ୍ୟରେ ଦୂରତା ମାତ୍ର 100 ମିଟର ।ଏନେଇ ଦୀପକ ସଙ୍ଗେ ସଙ୍ଗେ ଘରକୁ ଦୌଡି ଯାଇ ପରିବାର ଲୋକଙ୍କୁ ଜଣାଇବା ପରେ ନବ ନିର୍ବାଚିତ ସରପଂଚ ଶ୍ରୀମତୀ ଚପଳା କାଲୋ ଙ୍କ ସ୍ବାମୀ ସହ ରାତୁ ର ମଝିଆ ଭାଇ ଭୁବନ ମାଝୀ ଲେଫ୍ରିପଡ଼ା ଥାନାକୁ ଯାଇ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଲେଫ୍ରିପଡ଼ା ଥାନା ଏଏସଆଇ ରମେଶ ଚନ୍ଦ୍ର ମୁଣ୍ଡା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣା ପଡ଼ିବ ।

 

 

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *