ଦୋଳ ମେଳଣରେ ଅଘଟଣ, ହାତରେ ଫୁଟିଗଲା ବାଣ

ବାଣ ଫୁଟି ବଡ଼ ଅଘଟଣ । ହାତରେ ବାଣ ଫୁଟିବା ଫଳରେ ଛିଣ୍ଡି ଗଲା ହାତ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୁଷଣ୍ଡପୁରରେ । ଦୋଳ ମେଳଣ ପର୍ବରେ ବାଣ ଫୁଟା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ବାଣ ଫୁଟି ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ୱରର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ମିଳିଥିବା ସୂଚନା ମୁତାବକ ଗୁରୁତର ବ୍ୟକ୍ତିଙ୍କ ନାମ ହେଉଛି ନାରାୟଣ ମଲିକ । ସ୍ଥାନୀୟ ଅଞ୍ଚଳରେ ବାଣ କାରିଗର ଭାବେ ବେଶ ଜଣା । ଦୋଳ ମେଳଣ ଚାଲିଥିବାବେଳେ ବାଣ ଫୁଟାଉଥିଲେ ନାରାୟଣ । ଏହି ସମୟରେ ଗୋଟେ ବାଣ ଅଧା ଫୁଟିଥିବା ବେଳେ ତାକୁ ହାତରେ ଧରି ଫୁଟାଇବାର ଚେଷ୍ଟା କରିଥିଲ ନାରାୟଣ । ଫଳରେ ବାଣଟି ହାତରେ ହିଁ ଫୁଟିଯାଇଥିଲା ।

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *