ନବ ନିର୍ବାଚିତ ସରପଞ୍ଚମାନଙ୍କୁ ସ୍ୱାଗତ କଲେ ନର୍ଲା ବ୍ଲକ ଅଧ୍ୟକ୍ଷା

ନର୍ଲା ବ୍ଲକର ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ ଆଜି ରୁପ୍ରାରୋଡ-ବୁଢିପଦର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ସରପଞ୍ଚ ସଂଘ ଗଠିତ ହୋଇଯାଇଛି । ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) । ସମସ୍ତ ସରପଞ୍ଚମାନେ ମଧ୍ୟ ନୂତନ ଭାବରେ ନିର୍ବାଚିତ ହୋଇଥିବା ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସରପଞ୍ଚ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବ୍ୟକ୍ତିଗତ ପରିଚୟ ପ୍ରଦାନ ପରେ ନର୍ଲା ବ୍ଲକ ସରପଞ୍ଚ ସଂଘ ଗଠିତ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ନର୍ଲା ସରପଞ୍ଚ ସଂଘର ସଭାପତି ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଭାବେ ଉପ ସଭାନେତ୍ରୀ ଭାବରେ ଘୋଡାବନ୍ଧ ସରପଞ୍ଚ ରଶ୍ମିତା ସାହୁ, ସମ୍ପାଦିକା ଭାବରେ ଗିଗିନା ସରପଞ୍ଚ ସୁଧାମୟୀ କୁମାର, ସହସମ୍ପାଦକ ଭାବେ ବାଗପୁର ସରପଞ୍ଚ ଗୋପାଳ ହାତୀ ଓ କୋଷାଧ୍ୟକ୍ଷା ଭାବେ ଗାଡେବନ୍ଦ ସରପଞ୍ଚ କବିତା ବାଗଙ୍କୁ ଚୟନ କରାଯାଇଥିଲା । ଜିଲ୍ଲା ସରପଞ୍ଚ ସଂଘର ସଦସ୍ୟ ଭାବରେ
ମାଣ୍ଡେଲ ସରପଞ୍ଚ ପଦ୍ମ ଲୋଚନ ଜାଲ ଏବଂ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କୁ ମନୋନୀତ କରାଯାଇଥିଲା । ଶାନ୍ତପୁରର ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ମାଣ୍ଡେଲ ସରପଞ୍ଚ ପଦ୍ମ ଲୋଚନ ଜାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *