ଅଟୋ  ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ

ଅଟୋ ରିକ୍ସା ମାଲିକ ସଙ୍ଘର ବାର୍ଷିକ ଉତ୍ସବ

ତାରିଖ 20.3.2022 ରବିବାର ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ “ଅଗ୍ରଗାମୀ ଯୁବକ ସଙ୍ଘ” ଠାରେ ସଙ୍ଘର ସଭାପତି ସର୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବାର୍ଷିକ ଉତ୍ସବ ରେ ସମସ୍ତ ମଞ୍ଚାସିନ ଅତିଥିମାନଙ୍କୁ ଉପଢୌକନ ତଥା ଫୁଲତୁଟା ଦେଇ ସମାନ୍ନିତ କରାଗଲା। ମୁଖ୍ୟ-ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ସଙ୍ଘର 22ବର୍ଷର ଅବଦାନ,ସେବା ଏବଂ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏବଂ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ସମାନ୍ନିତ ଅତିଥିଭାବେ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଶ୍ରୀ ମାନସ ସାହୁ ଓ ବରଗଡ ପୋଲିସ ଅଧିକାରୀ ଶ୍ରୀ ମାନସ ଭୋଇ ସମସ୍ତ ସଦସ୍ୟ ମାନଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଅପରାଧ କୁ ରୋକିବା ପାଇଁ ଔଟୋ ଚାଳକ ମାନଙ୍କ ସହଯୋଗ ଦରକାର ବୋଲି କହିଥିଲେ। RTO ଶ୍ରୀ ମାନସ ସାହୁ ଗାଡ଼ିର Fitness, Insurance, କାଗଜପତ୍ର ଠିକ ରଖିବା ସହ ବୟସ୍କ ଚାଳକ ମାନେ ନିଜ ନିଜ ଚକ୍ଷୁ ପରୀକ୍ଷା କରିବା ଦରକାର ଯଦ୍ବାରା ଦୁର୍ଘଟଣା କୁ ରୋକା ଯାଇ ପାରିବ ବୋଲି ମାର୍ଗ ଦର୍ଶନ କରିଥିଲେ। ସଙ୍ଘ ତରଫରୁ ପୁରଣା ସବୁ ଷ୍ଟିକର (Sticker) ଲୋଗୋ ଜାଗା ରେ ନୂତନ ଲୋଗୋ ନମ୍ବର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ପୁରଣା ସବୁ ଷ୍ଟିକର ବାତିଲ କରାଗଲା। ସଙ୍ଘର ସମ୍ପାଦକ ଶ୍ରୀ ସରୋଜ ଭେଶ୍ରା,ଉପଦେଷ୍ଟା ଶ୍ରୀ ସୁଦର୍ଶନ ରାଉତ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପସଭାପତି ଶ୍ରୀ ହର ନାୟକ,ସପ୍ତରଥୀ ମିଶ୍ର,ଜୟ ତାଣ୍ଡି,ସଂଜୀବ ବଗାର, ତ୍ରିନାଥ ଭାଇନା,ଯସପାଳ ସିଂ (ଯୁଗନୁ),ମହମ୍ମଦ ସରଫରାଜ ହୁସେନ,ସାରଥୀ ମେହେର,ଆଦି ସଦସ୍ୟ ସହଯୋଗ କରିଥିଲେ। ଧନ୍ୟବାଦ
ସଭାପତି ଔଟୋ ରିକ୍ସା
ମାଲିକ ସଙ୍ଘ ବରଗଡ।ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋଟ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *