ପୁଅ ସହ ପରିବାରକୁ ନିଆଁ ଲଗାଇ ହତ୍ୟା କଲା ବାପା !

ପୁଅ ସହ ପରିବାରକୁ ନିଆଁ ଲଗାଇ ହତ୍ୟା କଲା ବାପା !

ଜମିବାଡି ବିବାଦକୁ କେନ୍ଦ୍ର କରି ଜନ୍ମକଲା ବାପା ନିଜ ପୁଅ, ବୋହୂ ଏବଂ ନାତି ନାତୁଣୀଙ୍କୁ ନିଆଁ ଲଗାଇ କଲା ହତ୍ୟା । ପୁଅକୁ ପେଟ୍ରୋଲ ପକାଇ ଜାଳିଲା ବାପା । କେବଳ ପୁଅ ନୁହେଁ ବରଂ ପୁରା ପରିବାରକୁ ଜଣେ ବୃଦ୍ଧ ବାପା ନିଆଁ ଲଗାଇ ହତ୍ୟା କରିଥିବା । ସୂଚନା ମୁତାବକ ଆଜି(ଶନିବାର) କେରଳ ଥୋଡୁପୁଜହା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ମହମ୍ମଦ ଫୈଜଲ, ତାଙ୍କ ପତ୍ନୀ ଶୀବା ଏବଂ ଦୁଇ ସନ୍ତାନ । ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ଏବଂ ୭୯ ବର୍ଷୀୟ ହତ୍ୟାକାରୀ ପିତା ହମିଦକୁ ପୋଲିସ ଗିରଫ କରିଥିବା ପୋଲିସ ସୂଚନାରୁ ଜଣାପଡିଛି।

ସୂଚନା ଅନୁଯାୟୀ, ଫୈଜଲ ଏବଂ ପୁରା ପରିବାର ଶୋଇଥିବା ସମୟରେ ହମିଦ୍ ସେମାନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏପରିକି ଯେପରି ନିଆଁ ନ ଲିଭିବ ସେଥିପାଇଁ ପୂର୍ବରୁ ସେ ଘର ପାଣିଟାଙ୍କିରୁ ସବୁ ପାଣି ବାହାର କରିଦେଇଥିଲେ । ହତ୍ୟା କରିବା ପରେ ହମିଦ ସ୍ଥାନୀୟ ଏକ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ । ସେଠାରୁ ପୋଲିସ ତାଙ୍କୁ ଗିରଫ କରିଛି । ପାରିବାରିକ କହଳକୁ କେନ୍ଦ୍ର କରି ୭୯ ବର୍ଷୀୟ ପିତା ଜଣକ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ।

ପୋଲିସ କହିବାନୁଯାୟୀ, ଗତ କିଛି ବର୍ଷ ହେଲା ଫୈଜଲ ଏବଂ ତାଙ୍କ ପିତା ହମିଦ ଅଲଗା ରହିଆସୁଥିଲେ । କିଛି ବର୍ଷ ତଳେ ବାପା ହମିଦ୍ ପୁଅ ଫୈଜଲକୁ ୫୦ ପ୍ରତିଶତ ଜମି ଦେଇ ନିଜେ ଅନ୍ୟତ୍ର ରହୁଥିଲେ । ହେଲେ ୨୦୧୮ରେ ସେ ପୁଣି ପୁଅ ପାଖକୁ ଫେରିଆସି ତାଙ୍କ ଠାରୁ ସେହି ଜମି ଫେରାଇ ଦେବାକୁ ଦାବି କରିଥିଲେ । କିନ୍ତୁ ଏଥିରେ ଫୈଜଲ ରାଜି ହୋଇନଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଚାଲିଥିଲା ଏବଂ ଏଥିପାଇଁ ହିଁ ବୃଦ୍ଧ ପିତା ପୁରା ପରିବାରକୁ ହତ୍ୟା କରିଥିବା କୁହାଯାଉଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *