ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର

ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର

ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଗପୁର ଠାରେ। ସରୋଗେସି ନାଁରେ ୭ ଲକ୍ଷ ଟଙ୍କା ପାଇଁ ନବଜାତ ଶିଶୁକୁ ବିକିଲେ ଡାକ୍ତର । ଅଭିଯୁକ୍ତ ଡାକ୍ତରଙ୍କ ସମେତ ୩ ଗିରଫ।

ମହାରାଷ୍ଟ୍ର ନାଗପୁରରେ ଏହି ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ ହୋଇଛି । ଜଣେ ଡାକ୍ତର ଏକ ଶିଶୁକନ୍ୟାକୁ ସରୋଗେସି ଶିଶୁ ଦର୍ଶାଇ ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଛନ୍ତି । ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଡାକ୍ତର ବିଳାସ ଭୋୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।

ନାଗପୁର ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଜଣେ ମହିଳା ଅନୈତିକ ଗର୍ଭଧାରଣ କରିଥିଲେ । ତେଣୁ ଗର୍ଭପାତ କରିବା ପାଇଁ ଅଭିଯୁକ୍ତ ଡାକ୍ତର ବିଳାସ ଭୋୟରଙ୍କୁ ଯୋଗାଯୋଗ କରିଥିଲେ । ଏହାରି ଭିତରେ ହାଇଦ୍ରାବାଦର ଜଣେ ନିଃସନ୍ତାନ ଦମ୍ପତି ସରୋଗେସି ଜରିଆରେ ସନ୍ତାନ ଜନ୍ମ ଦେବାକୁ ଚାହୁଁଥିବା ଡାକ୍ତର ଭୋୟର ଜାଣିବାକୁ ପାଇଥିଲେ । ତେଣୁ ସେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ପ୍ରସବ ପାଇଁ ରାଜି କରିଥିଲେ । ଏହାପରେ ସେ ହାଇଦ୍ରାବାଦର ଉକ୍ତ ନିଃସନ୍ତାନ ଦମ୍ପତିଙ୍କୁ ସମ୍ପର୍କ କରିଥିଲେ ଏବଂ ଜଣେ ମହିଳା ସରୋଗେସି ପାଇଁ ପ୍ରସ୍ତୁତ ଥିବା ଜଣାଇଥିଲେ ।

ଏହା ବଦଳରେ ଡାକ୍ତର ସେହି ଦମ୍ପତିଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇଥିଲେ । ଏପରିକି କାହାର ସନ୍ଦେହ ନ ହେବା ପାଇଁ ସେ ତାଙ୍କ ଠାରୁ ଶୁକ୍ରାଣୁ ମଧ୍ୟ ସଂଗ୍ରହ କରିଥିଲେ । ଜଣେ ଡାକ୍ତର ନବଜାତ ଶିଶୁକନ୍ୟାକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିଥିବାର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା । ମାମଲାରେ ପୋଲିସ ଖୁବ୍ ଗୋପନୀୟତାର ସହ ତଦନ୍ତ କରିଥିଲା । ଯାହାପରେ ପୁରା ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସର ଏକ ଟିମ୍ ହାଇଦ୍ରାବାଦ ଯାଇ ନବଜାତ ଶିଶୁକନ୍ୟା ସହ ସମ୍ପୃକ୍ତ ଦମ୍ପତିଙ୍କୁ ନାଗପୁର ଆଣିଛି ଏବଂ ଡାକ୍ତର ବିଳାସ ଭୋୟର ସମେତ ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଡାକ୍ତର ରାହୁଲ ନିମଜେ ଏବଂ ନେରଶ ରାଉତଙ୍କୁ ଗିରଫ କରିଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *