ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ I

ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ I

ୟୁକ୍ରେନ ଓ ଋଷର ମଧ୍ୟର ଚାଲିଥିବା ଯୁଦ୍ଧ ଥମିବାର ନା ନେଉନି। ଓଲଟି ଦିନକୁ ଦିନ ଅଧିକ ଆକ୍ରଣାତ୍ମକ ହେଉଛି ଋଷ । ଏଭଳି ସ୍ଥଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀ ଓକ୍ସାନାଙ୍କ ମୃତ୍ୟୁ ହୋଇଥିବା ସୂଚନା।

ୟୁକ୍ରେନ ଉପରେ ଜାରି ରହିଛି ଋଷର ଘନଘନ ଆକ୍ରମଣ । ଋଷର ଆକ୍ରମଣରେ ୟୁକ୍ରେନର ଅଭିନେତ୍ରୀ ଓକ୍ସାନା ସିଭେଟ ପ୍ରାଣ ହରାଇଛନ୍ତି । କିଭରେ ଥିବା ଏକ ଆବାସିକ ଗୃହ ଉପରେ ଋଷ ରକେଟ ମାଡ କରିବାରୁ ଅଭିନେତ୍ରୀ ଜଣଙ୍କର ମୃତ୍ୟୁ ଘଟିଥିବା ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରି କହିଛି । ଦ ହଲିଉଡ ରିପୋର୍ଟର ସୂଚନା ଅନୁଯାୟୀ ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୬୭ ବର୍ଷ ହୋଇଥିଲା । ତାଙ୍କୁ ୟୁକ୍ରେନର ସବୁଠାରୁ ସମ୍ନାନଜନକ ୟୁକ୍ରେନର ମେରିଟେଡ୍ ଆର୍ଟିଷ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।

ସୂଚନା ଅନୁଯାୟୀ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷିଆ । ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶ ମଧ୍ୟରେ ୪ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ଦିନକୁ ଦିନ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆହୁରି ତୀବ୍ର ହେବାରେ ଲାଗିଛି । ଗତକାଲି ଖାର୍କିଭ ସହର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ରରେ ଋଷ ସେନାର କ୍ଷେପଣାସ୍ତ୍ର ମାଡ କରିଥିଲା । ଯେଉଁଥିରେ ୨୧ଜଣ ପ୍ରାଣ ହରାଇଥିବା ସହ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

Related post

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ପୋଲ ନିର୍ମାଣରେ ବିଳମ୍ବ ନେଇ ଅଞ୍ଚଳରେ ତୀବ୍ର ପ୍ରତିବାଦ

ଫୋକସ ପ୍ଲସ(ବରଗଡ଼): ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା…
ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସଭା

ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା…
ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ପତ୍ନୀଙ୍କ ଫିଲ୍ମ ରିଲିଜ୍ ନେଇ ଭୁଲ ଟ୍ୱିଟ କଲେ ଅଭିଷେକ ବଚ୍ଚନ

ଫୋକସ ପ୍ଲସ(ବ୍ୟୁରୋ): ସେପ୍ଟେମ୍ବର ୩୦ ଶୁକ୍ରବାର ଦିନ ଅଭିଷେକ ବଚ୍ଚନ ଟ୍ୱିଟରରେ ପତ୍ନୀ ଏଶ୍ୱର୍ଯ୍ୟାଙ୍କୁ ତାଙ୍କର ନୂତନ ଫିଲ୍ମ ରିଲିଜ୍ ପୋନିୟିନ୍ ସେଲଭାନ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ…

Leave a Reply

Your email address will not be published.