ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ ନେଇ କହିଲା ୟୁକ୍ରେନ

ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ଯାଇଛି ୧୪୭୦୦ ଋଷ ସୈନ୍ୟଙ୍କ ଜୀବନ ନେଇ କହିଲା ୟୁକ୍ରେନ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେ଼ଇ । ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି । ତେବେ ଋଷ ସୈନ୍ୟବାହିନୀର ଯବାନଙ୍କ ମୃତ ସଂଖ୍ୟା ସହ ନଷ୍ଟ ହୋଇଥିବା ବିଭିନ୍ନ ତାଲିକା ଜାରି କଲା ୟୁକ୍ରେନ ।

ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏଥିସହ ଗତ ମାସ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ଆଜି ୨୫ ଦିନ ପୂରିଛି । ତେବେ ଋଷୀୟ ସୈନ୍ୟବାହିନୀର ଯବାନଙ୍କ ମୃତ ସଂଖ୍ୟା ସହ ନଷ୍ଟ ହୋଇଥିବା ବିଭିନ୍ନ ତାଲିକା ଜାରି କଲା ୟୁକ୍ରେନ । ସେହିପରି ଋଷ ଓ ୟୁକ୍ରେନ ମହାଯୁଦ୍ଧରେ ଋଷିଆର ୧୪୭୦୦ ଯବାନଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ।

ଏଥିସହ ୧୪୮୭ଟି ବିଭିନ୍ନ ପ୍ରକାରର ସଶସ୍ତ୍ର ଗାଡି ସହ ୯୬ଟି ଏୟାରକ୍ରାଫ୍ଟ, ୨୩୦ ଆର୍ଟିଲ୍ଲେରୀ ପିଶେସ୍ , ୧୧୮ ହେଲିକପ୍ଟର, ୭୪ ଏମଏଲଆରଏସ, ୪୭୬ ଟ୍ୟାଙ୍କ୍‌, ୯୪୭ ଗାଡି, ୬୦ ସିଷ୍ଟର୍ଣ୍ଣ୍ସ, ୩ ବୁଡାଜାହଜ, ୨୧ ୟୁଏଭ, ୪୪ ଆଣ୍ଟି ଏୟାରକ୍ରାଫ୍ଟ ଏବଂ ୧୨ ସ୍ବତନ୍ତ୍ର ଯନ୍ତ୍ରପାତି ନଷ୍ଟ କରିଛି ବୋଲି ୟୁକ୍ରେନ ପକ୍ଷରୁ ଏକ ତଥ୍ୟ ପ୍ରଦାନ କରାଯାଇଛି । ଏପଟେ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସାଧାରଣ ଲୋକେ ସହରରୁ ପଳାୟନ କରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବାବେଳେ ସେଠାରେ ମଧ୍ୟ ଆକ୍ରମଣ କରିଛି ଋଷ ।

ମୃତଅନ୍ୟପଟେ ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଥିବା ଏକ ସ୍କୁଲରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ତେବେ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେଠାରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶରଣାର୍ଥୀ ଥିବା ନେଇ ମଧ୍ୟ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହା ଋଷ ଦ୍ବାରା ଯୁଦ୍ଧ ଅପରାଧ ବୋଲି କହି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

 

Related post

ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଦିନକୁ ଦିନ ଆଖୁଚାସରୁ ମୁହଁ ଫେରାଉଚ୍ଚନ୍ତି କେନ୍ଦ୍ରାପଡ଼ା ଚାଷୀ । କିନ୍ତୁ ସେହି ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଜଣେ ଯୁବ ଚାଷୀ । କିଛିବର୍ଷ ପୂର୍ବେ ଆଇଟିଆଇ…
ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଭାରତକୁ ପ୍ରଶଂସା କଲେ ଆମେରିକାର ରାଷ୍ଟ୍ରପତି

ଫୋକସ ପ୍ଲସ 24/5/22 :ଟୋକିଓରେ କ୍ୱାଡ ସମ୍ମିଳନୀର ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…
ଜିଲ୍ଲାପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ବୁଣାକାର ସଂଘ

ଜିଲ୍ଲାପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ବୁଣାକାର ସଂଘ

ହସ୍ତତନ୍ତର ଜିଲ୍ଲା ସୁବର୍ଣ୍ଣପୁର । ଜିଲ୍ଲାର ହସ୍ତତନ୍ତ ବା ବାନ୍ଧ କଳା ସାରା ପୃଥିବୀରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛି । ସୁକ୍ଷ୍ମ ସୁତାରେ ହାତ ବୁଣା…

Leave a Reply

Your email address will not be published.