ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ ମନା କଲା ଅଷ୍ଟ୍ରେଲିଆ

ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ ମନା କଲା ଅଷ୍ଟ୍ରେଲିଆ

ଋଷ ଉପରେ ଅଷ୍ଟ୍ରେଲିଆର ଆଉ ଏକ ନୂଆ କଟକଣା । ଋଷକୁ ବକ୍ସାଇଟ୍ ଓ ଆଲୁମିନିୟମ ରପ୍ତାନୀ କରିବ ନାହିଁ ସୂଚନା ଦେଲା ଅଷ୍ଟ୍ରେଲିଆ ।

ଆଜିକୁ ୨୫ ଦିନରେ ପହଞ୍ଚିଲାଣି ୟୁକ୍ରେନ-ଋଷ ଯୁଦ୍ଧ । ତର୍କ ବିତର୍କ ପରେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି । ଋଷକୁ ଆଲୁମିନିୟମ ଓ ବକ୍ସାଇଟ୍ ରପ୍ତାନୀ କରୁଥିବା ଅଷ୍ଟ୍ରେଲିଆ ଏବେ ପ୍ରତିବନ୍ଧକ ଲଗାଇଛି । ଏନେଇ ଆଜି ଅଷ୍ଟ୍ରେଲିଆ ସରକାର ପକ୍ଷରୁ ଘୋଷଣା କରାଯାଇଛି ।

ତୁରନ୍ତ ଏହି ପ୍ରତିବନ୍ଧକ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନ୍ ଅଧିକ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ରବିବାର ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି। ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆରୁ ଏସବୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା । ଏବେ ଆଲୁମିନିୟର ଉତ୍ପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ।

ରିଓ ଟିଣ୍ଟୋ ମୁଖପାତ୍ର କହିଛନ୍ତି ଯେ, ଋଷକୁ ବକ୍ସାଇଟ୍ ଓ ଅଲୁମିନିୟମ ରପ୍ତାନୀ ଉପରେ ଆଜି ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏହା ସହ ଋଷ ଓ ଅଷ୍ଟ୍ରେଲିଆ ମଧ୍ୟରେ ରହିଥିହା ସମସ୍ତ ପ୍ରକାର ବ୍ୟବସାୟ ଉପରେ ରୋକ ଲଗାଯାଇଛି ।

ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ପରଠୁ ଯୁଦ୍ଧ ବନ୍ଦ କରିବାକୁ ଋଷ ଉପରେ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ଆର୍ଥିକ ଚାପ ପକାଉଛନ୍ତି । ଋଷିଆରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଓ ରପ୍ତାନୀ ବ୍ୟାନ କରୁଛନ୍ତି । ମାତ୍ର ମାଳମାଳ ଆର୍ଥିକ କଟକଣା ସତ୍ତ୍ବେ ମଧ୍ୟ ଯୁଦ୍ଧରୁ ବିରତ ହେଉନାହାନ୍ତି ପୁଟିନ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *