ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣରେ ହେଉଛି ମହା ଦୁର୍ନୀତି  ମାଟି ଉଠାଇବା ନାଁରେ ଲୋକଙ୍କ ପାଖରୁ ଆଦାୟ ହେଉଛି ବଟି

ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣରେ ହେଉଛି ମହା ଦୁର୍ନୀତି ମାଟି ଉଠାଇବା ନାଁରେ ଲୋକଙ୍କ ପାଖରୁ ଆଦାୟ ହେଉଛି ବଟି

ନିୟୋଜିତ ହୋଇଛନ୍ତି ଶିଶୁ ଶ୍ରମିକ, ବାଲି-ସିମେଣ୍ଟ ମିଶ୍ରଣରେ ରହୁନାହିଁ ତାଳମେଳ

ନର୍ଲା/୨୨/୦୩:- (ରଞ୍ଜନ କୁମାର ମହାନ୍ତି)କଳାହାଣ୍ଡି ଜିଲ୍ଲା ନର୍ଲା ଏବଂ କେସିଙ୍ଗା ବ୍ଲକ ମଧ୍ୟ ଭାଗରେ ଥିବା ବୁଢ଼ିପଦରରୁ ମାଶାଣିବନ୍ଧକୁ ସଂଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ସ୍ଵାଧୀନତାର ୭୫ ବର୍ଷ ପରେ ଉକ୍ତ ସ୍ଥାନରେ ପକ୍କା ରାସ୍ତା ନିର୍ମାଣ କରାଯାଉଛି ହେଲେ କାମ ଅତି ରୁ ଅତି ନିମ୍ନ ମାନର ହଉଛି ବୋଲି ଅଭିଯୋଗ ହେଉଛି । ବୁଢ଼ିପଦର, ବାଲସି ଓ ମଶାଣିବନ୍ଧ ଗ୍ରାମବାସୀ ଅନେକବାର ସଂଗ୍ରାମ କରିବା ଫଳରେ ଏତେ ବର୍ଷ ପରେ ଆଜି ରାସ୍ତା ନିର୍ମାଣ ସମ୍ଭବ ହୋଇ ପାରିଛି । ହେଲେ ଟିଟିଲାଗଡର ଠିକାଦାର ବିନୋଦ ଅଗ୍ରୱାଲ ଏକ ଅନଭିଜ୍ଞ ମେଟ୍ ଜରିଆରେ ଯାହିତାହି ଭାବରେ କାର୍ଯ୍ୟ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ଠିକାଦାର ସିଧାସଳଖ ନିଜେ ରାସ୍ତାରେ ମାଟି ନ ପକାଇ କିଛି ପେଟି କଟ୍ରାକ୍ଟରଙ୍କୁ ମାଟି ପକାଇବା ଦାଇତ୍ୱ ଦେଇଥିବା ଜଣାପଡିଛି । ଯାହା ଫଳରେ ସେମାନେ ମୁନାଫା ପାଇଁ ପାଖ ଜମିରୁ ମାଟି ଉଠାଇ ରାସ୍ତାରେ ପକାଉଛନ୍ତି । ମାଟିର ପ୍ରକାର ଯାହାହେଉ କାମ ସାରିଦେଲେ ଗଲା । କିଛି ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ଜମିର ନିକୃଷ୍ଟ ଧରଣର ମାଟି ଖୋଲି ରାସ୍ତା ଉପରେ ପକାଉ ଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ ପ୍ରତିବାଦ ସତ୍ତ୍ୱେ ସରକାରୀ ଜମିରୁ ମଧ୍ୟ ମାଟି ଉଠାଇ ରାସ୍ତା କାମରେ ଲଗାଇଥିବା ଅଭିଯୋଗ ହେଉଛି । ଏତିକିରେ କଥା ସରି ନାହିଁ । ନର୍ଲା ତହସିଲଦାରଙ୍କୁ ନ ଜଣାଇ, ରୟାଲ୍ଟି ବାବଦକୁ ଟଙ୍କା ପୈଠ ନ କରି ମନ ଇଛା ଜମି ମାନଙ୍କ ଠାରୁ ମାଟି ଖୋଳି ରାସ୍ତା କାମରେ ଲଗାଉଛନ୍ତି । କିଛି ବିଲରୁ ଚିକିଟା ମାଟି ନେଇ ରାସ୍ତା ଉପରେ ପକାଉଛନ୍ତି ଏବଂ ଏହା ଉପରେ ମୋରମ ପକାଉଛନ୍ତି । ଅନୁପଯୁକ୍ତ ମାଟି ପଡିଥିବା ସ୍ଥାନରେ ଆଗକୁ ରାସ୍ତା ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିକିଟା ମାଟି ପଡିଥିବାରୁ ଗାଡ଼ି ଯିବା ଆସିବା କରିବା ସମୟରେ ରାସ୍ତା ଦବି ଭାଙ୍ଗି ଯିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଠିକାଦାର ଶ୍ରୀ ଅଗ୍ରୱାଲ ସାଇଡରେ ଦେଖା ନ ଦେବା ଏବଂ ସରକାରୀ ଅଧିକାରୀ ମାନଙ୍କ ପାଟିରେ ତାଲା ପଡ଼ି ରହିବା କାରଣ କ’ଣ ହୋଇପାରେ ବୋଲି ଅଞ୍ଚଳବସୀ ପ୍ରଶ୍ନ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଭାବରେ କୋମଳମତି ଛାତ୍ରୀ ମାନଙ୍କୁ କାମରେ ନିଯୁକ୍ତି କରିବା ଏବଂ ଡହ ଡହ ଖରା ତାତିରେ ଦିନ ୧୨ ଟା ପର୍ଯ୍ୟନ୍ତ କାମ କରାଉଥିବା ଘଟଣା ନଜରକୁ ଆସିଛି । ଠିକ୍ ଭାଗ ମାପରେ ମିଶ୍ରଣ ନ କରି କଂକ୍ରିଟ କାମ କରୁଥିବା ମଧ୍ୟ ନଜରକୁ ଆସୁଛି । ଜେଇ କହିଛନ୍ତି ୬ ଟା ବାଲି ୩ କଡ଼େଇ ସିମଣ୍ଟରେ ମିଶ୍ରଣ କରି କଂକ୍ରିଟ କରିବା ପାଇଁ ହେଲେ ଏଠି ଠିକ୍ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସାଇଡରେ କାମ କରାଉଥିବା ମେଟ୍ ୭/୮ ଟା ବାଲିରେ ୨ କଡ଼େଇ ସିମେଣ୍ଟ, ତା ଉପରେ ମେଟାଲ ପୁଣୀ ୮ କଡ଼େଇ ଦେଇ କଂକ୍ରିଟ କାମ କରୁଛନ୍ତି ଏଭଳି ପରିସ୍ଥିତି ରେ କାଉ ଭଳି ମାନର କାମ ହଉ ଥିବା ଜାଣି ପାରୁ ଥିବେ । ଝଟ ପଟ କାମ ସାରି କେମିତି ବିଲ୍ କରିବେ ସେ ଚିନ୍ତା ରେ ଠିକାଦାର ମହାଶୟ । ରାସ୍ତା ଭାଙ୍ଗି ଜନ ସାଧାରଣ ହଇରାଣ ହେଲେ ତାଙ୍କର ବା କ’ଣ ଯାଏ ଅସେ । ଏ ବାବଦରେ ମେଟ୍ କୁ ପ୍ରଶ୍ନ କରିବାରୁ ସେ ପୁଣି କହୁଛନ୍ତି ଜେଇ ଓ ଠିକାଦାର କହିଛନ୍ତି ତେଣୁ କରି ସେମାନେ ଏହି ଭାଗ ମାପରେ ମିଶ୍ରଣ କରୁଛନ୍ତି । ଏଥିରୁ ଠିକାଦାରଙ୍କ ପ୍ରତି ସରକାରୀ ବାବୁ ମାନଙ୍କ ଅହେତୁକ ଅନୁକମ୍ପା ଥିବା ସ୍ପଷ୍ଟ ହେଉଛି । ଅନ୍ୟପକ୍ଷରେ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି । ତେଣୁ ରାସ୍ତାର ସ୍ଥାୟୀତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related post

ଯୁବ ଓଡିଶା, ନବୀନ ଓଡିଶା

ସୁନ୍ଦରଗଡ଼: ସାରରାଜ୍ୟ ରେ ଉଦଘାଟନ ହୋଇଛି ଯୁବ ଓଡିଶା ନବୀନା ଓଡିଶା କାର୍ଯ୍ୟକ୍ରମ | ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ମଧ୍ୟ ଏହି କାର୍ଯ୍ୟକ୍ରମ…

ନଭେମ୍ବର ୨୯ ରେ ୨ୟ ଥର ଭିସିଆଇ କେମିକାଲ ର ଜନଶୁଣାଣି।

ଯାଜପୁର28/11/2023; ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ଏକାଧିକ କାରଖାନା ଗଢ଼ି ଉଠିବା ଫଳରେ କଲିଙ୍ଗନଗର ର ପରିବେଶ ପ୍ରଦୂଷଣ ହୋଇଥିବାର ପ୍ରଦୂଷଣ ବିଭାଗ ସିକ୍ବାର କରୁଛନ୍ତି।ତାପରେ କଲିଙ୍ଗନଗର ରେ…
ରେଭେନ୍‌ସାକୁ ମିଳିଲା ନାକ୍‌ର  A++ ଗ୍ରେଡ୍‌, ଗ୍ରେଡ୍‌ ପାଇବାରେ ରାଜ୍ୟର ‌ପ୍ରଥମ ବିଶ୍ୱବିଦ୍ୟାଳୟ ହେଲା ରେଭେନ୍‌ସା  |

ରେଭେନ୍‌ସାକୁ ମିଳିଲା ନାକ୍‌ର A++ ଗ୍ରେଡ୍‌, ଗ୍ରେଡ୍‌ ପାଇବାରେ ରାଜ୍ୟର ‌ପ୍ରଥମ…

କଟକ26/11/2023; ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍‌ (ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍‌ କାଉନ୍‌ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍‌’ ଗ୍ରେଡ୍‌ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରେ…

Leave a Reply

Your email address will not be published. Required fields are marked *