କାର୍ଯ୍ୟ ର ମାନକୁ ଦେଖୁନାହିଁ ବିଭାଗ I

କାର୍ଯ୍ୟ ର ମାନକୁ ଦେଖୁନାହିଁ ବିଭାଗ I

ମାନମାନି ରେ ହେଉଛି କାର୍ଯ୍ୟ। ଠିକା ସଂସ୍ଥା ଆଉ ଠିକା ଦାର ଚଳାଇଛନ୍ତି ମନଇଚ୍ଛା କାର୍ଯ୍ୟ। ବିଭାଗୀୟ ଅଧିକାରୀ ବସିଛନ୍ତି ଅଚିନ୍ତା ରେ। ଏ ଦୁର୍ସ୍ୟ କୁ ଟିକେ ଭଲ କରି ଦେଖନ୍ତୁ। ଏଠି ଚାଷ ଜମି କୁ ପାଣି ଯିବା ପାଇଁ ଚାଲିଛି କେନାଲ ଉର୍ଣ୍ଣତି କରଣ କାର୍ଯ୍ୟ। ଆଉ ଏ ଦୁର୍ସ୍ୟ ହେଉଛି ଖୋଦ ଯାଜପୁର ଜିଲ୍ଲା ର ବିଂଝାରପୁର। ଆଉ ଜଳ ସମ୍ପଦ ବିଭାଗ ଅଧିନ ରେ ଘଣ୍ଟିଆଳି-ବାଙ୍କିପାଲ ଠାରେ ଚାଲିଛି ବେଧକ ଭାବେ ଏହି କାର୍ଯ୍ୟ। ଶିବଶକ୍ତି constrution ନାମକ ଏକ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ ଚାଲି ଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ର ଏଠାରେ ଦେଖା ଦର୍ଶନ ନାହିଁ। ତୁରନ୍ତ କାର୍ଯ୍ୟ ସାରି ବାଲି ଘଉଡ଼ାଇ କାର୍ଯ୍ୟ ଶେଷ କରି ଦେବାକୁ ଠିକା ସଂସ୍ଥା ତତ୍ପର ଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟ କଳାପ କୁ ନେଇ ଏଠି ଉଠିଛି ବଡ଼ପ୍ରଶ୍ନ। ପତଳା ବାଲି ରେ କିଛି ସିମେଣ୍ଟ ଦେଇ ଚୂନ ଲଗାଇ ଖସିଯିବା ର ରାସ୍ତା ଉକ୍ତ ଠିକା ସଂସ୍ଥା ଖୋଜୁ ଥିବା ବେଳେ ବିଭାଗୀୟ ଅଧିକାରୀ ବି ଖୋରାକ ଯୋଗାଇବାରେ ବେଶ ମାହୀର ଥିବା ଦେଖିବାକୁ ମିଳୁଛି।ଖାଲି ସେତିକି ନୁହଁ ଆଜିକୁ ଦୁଇବର୍ଷ ହେବ ନିର୍ମାଣ ହେବାକୁ ଥିବା ଜରୀ ନାଉବାଙ୍କ ର କାମଦେବ ମାହାରା ସ୍ୱିସ ଗେଟ ଆଜିପର୍ଯ୍ୟନ୍ତ ବି ଅସମ୍ପୁର୍ଣ ହୋଇପଡିରହିଥିବା ବେଳେ ଯା ଆସ କରିବା ଲାଗି ମାଟି କାର୍ଯ୍ୟ ବି ଅସମ୍ପୁର୍ଣ ହୋଇ ପଡିଛି। ବନ୍ୟା ସମୟ ଆସିଲେ ବିଭାଗ ପକ୍ଷରୁ କେଇ ବସ୍ଥା ବାଲି ଓ ବାଉଁଶ ବଲହା ରେ କାମ ସାରିଦେଇ ସରକାରୀ ଅର୍ଥକୁ ଚଳୁ କରି ଚୁପ ହୋଇ ବସିପଡ଼େ ବିଭାଗ। ଜାହାକି ହଜାର ହଜାର ହେକ୍ଟେର ଚାଷ ଜମି ହରାଇ ବସନ୍ତି ଏଠାକାର ଚାଷୀ। ତେବେ ବିଂଝାରପୁର ର ଏ ଜଳ ସମ୍ପଦ ବିଭାଗ ର ସମସ୍ତ କାର୍ଯ୍ୟ କୁ ନେଇ ବଡ଼ ଧରଣର ତଦନ୍ତ କରଗଲେ ପ୍ରକୃତ ସତ୍ୟ ସାମ୍ନା କୁ ଆସିପାରନ୍ତା।

ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ focus plus

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *