ଆଜି ହେଉଛି କାକଟପୁର ମଙ୍ଗଳା ମାଙ୍କ ଚୈତ୍ର ମାସର ପ୍ରଥମ ପାଳି ପବିତ୍ର ଝାମୁଯାତ୍ରା ।

ଆଜି ହେଉଛି କାକଟପୁର ମଙ୍ଗଳା ମାଙ୍କ ଚୈତ୍ର ମାସର ପ୍ରଥମ ପାଳି ପବିତ୍ର ଝାମୁଯାତ୍ରା ।

ବିଗତବର୍ଷ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ଚୈତ୍ର ଯାତ ପାଳି ମଙ୍ଗଳବାର ଓ ଝାମୁ ଯାତ୍ରା ରେ ଜନ ସମାଗମ ହେଉନଥିଲା କିନ୍ତୁ ଏବର୍ଷ ଭଗବତୀ ପରମେଶ୍ୱରୀ ମା ମଙ୍ଗଳାଙ୍କ କରୁଣାରୁ ଭକ୍ତଂକ ପାଇଁ ମନ୍ଦିର ଖୋଲା ହୋଇଛି । ସମସ୍ତ ଭକ୍ତ ମାନେ ଚୈତ୍ର ଯାତ ପାଳି ମଙ୍ଗଳବାର ଓ ଝାମୁ ଯାତ୍ରା ର ପ୍ରତ୍ୟକ୍ଷଦର୍ଶୀ ହେବା ସହିତ, ମା ଙ୍କର ଦିବ୍ୟ ଦର୍ଶନ ମଧ୍ୟ କରୁଛନ୍ତି ।

ଦୁଇବର୍ଷ ହେବ କୋରନା ମହାମାରୀ ପାଇଁ କାକଟପୁର ମା ମଙ୍ଗଳାଙ୍କ ଝାମୁ ଯାତ୍ରା ବନ୍ଦ ହୋଇଥିଲା । ଚଳିତ ବର୍ଷ କୋରନାର ପ୍ରକୋପ ହ୍ରାସ ପାଇବା ହେତୁ , ଆଜି ଠାରୁ ଆରମ୍ଭ ହୋଇଛି ମା ମଙ୍ଗଳାଙ୍କ ଚୈତ୍ର ମାସ ପବିତ୍ର ଝାମୁ ଯାତ୍ରା । ଆଜି ଚୈତ୍ର ମାସର ପ୍ରଥମ ପବିତ୍ର ମଙ୍ଗଳ ବାର । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇବର୍ଷ ପରେ ଚଳିତବର୍ଷ ହେଉଛି ଯାଉଛି ଝାମୁ ଯାତ୍ରା । ଚୈତ୍ର ମାସର ୫ଟି ମଙ୍ଗଳ ବାର ୫ଟି ପାଳିରେ ମାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହେବ । କାକଟପୁର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହେବା ସହିତ, ଭକ୍ତଂକ ପାଇଁ ନିୟମ ସମ୍ପୂର୍ଣ୍ଣ କୋହଳ ହୋଇଛି । କେବଳ ଭକ୍ତ ମାନେ ମୋବାଇଲ ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଭୋଗ, ଦୀପ ଧୂପ ମନ୍ଦିର ଭିତରୁ କିଣିବେ । ଆଜିର ଦିନ ଓଡ଼ିଆଙ୍କ ପାଇଁ ବହୁତ ବଡ଼ ଖୁସିର ଦିନ । ବିଭିନ୍ନ ଜିଲ୍ଲାରୁ ସକାଳ ପହରୁ ଭକ୍ତ ଙ୍କ ଶୁଅ ଛୁଟିଛି ମା ମଙ୍ଗଳାଙ୍କୁ ଦର୍ଶନ କରିବା ନିମନ୍ତେ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *