କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ବଢିଲା ଗିରଫ ସଂଖ୍ୟା। ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ
- ରାଜନୀତି
- March 22, 2022
- No Comment
- 83
ଗିରଫ ଅଭିଯୁକ୍ତମାନେ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଟୁଟୁ ମହାପାତ୍ର ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଅପରାଧିକ ମାମଲା ରହିଛି । ବ୍ରହ୍ମପୁର ଚିକେନ ରବି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଟୁଟୁ ମହାପାତ୍ର ।ସେପଟେ ଗତକାଲି ପୋଲିସ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାଙ୍କୁ ଗିରଫ କରିଥିଲା। କାଳିଆକୁ ଫାୟାରିଂ ସମୟରେ ବାବା ମହାପାତ୍ର ସମେତ କୁନମୁନି ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ଉଲ୍ଲେଖ ରହିଛି। ତେଣୁ ଏହି ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ପୋଲିସ କେବଳ ବାବା ମହାପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ କୁନମୁନି, ଟୁଟୁ ଓ ହରି ପଣ୍ଡା ଫେରାର ଥିଲେ। ଏହି ଘଟଣାରେ ସୋମବାର ୬ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି।ପ୍ରକାଶ ଥାଉକି, ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ପୁଲିସ । ସେବାୟତ ତଳୁଚ୍ଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କ ହତ୍ୟା ମାମଲାର ପ୍ରତିଶୋଧ ପାଇଁ କାଳିଆଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଏସ୍ପି । ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ ଜଣଙ୍କୁ ଆଜି ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗୁନଙ୍କ ଭାଇ ଟାଉନ୍ ଥାନା ଅଧୀନ ତଳୁଚ୍ଛ ସାହିର ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର ଓରଫ କାଳିଆ ସିଂହାରୀ (୫୮), ତା’ ପୁଅ ତଳୁଚ୍ଛ ଆଶିଷ ମହାପାତ୍ର ଓରଫ ଦୋଳଗୋବିନ୍ଦ ସିଂହାରୀ (୨୬), ହରଚଣ୍ଡୀ ସାହି ବାରବାଟୀ ଜାଗା ନିକଟର ଆଶିଷ ମହାପାତ୍ର ଓରଫ ବାବା (୩୭), ମଣିକର୍ଣ୍ଣିକା ସାହି ପାଟ୍ଟଯୋଶୀ ଲେନ୍ର ସତ୍ୟନାରାୟଣ ପାଣିଗ୍ରାହୀ ଓରଫ କାଳୁ (୩୨), ବ୍ରହ୍ମଗିରି ଥାନା ଅଧୀନ ରେଣ୍ଢାର ରଶ୍ମିରଞ୍ଜନ ପାତ୍ର ଓରଫ ମୁନା (୩୩) ଓ ଆଳୁପାଟଣାର ସନ୍ଦୀପ ଜେନା ଓରଫ ଟୁଲିଆ (୩୪) ।
ଷଡ଼ଯନ୍ତ୍ର ରଚି ହତ୍ୟା କରିବାକୁ ସୁପାରି ଦେଇଥିବା ଅଭିଯୋଗରେ ନିତ୍ୟାନନ୍ଦ ଓ ଦୋଳଗୋବିନ୍ଦ ଗିରଫ ହୋଇଛନ୍ତି । ସେହିପରି ହତ୍ୟାକାଣ୍ଡ ସମୟରେ କ୍ରାଇମ୍ ସ୍ପଟ୍ରେ ଥିବା ଅଭିଯୋଗରେ ବାବା ଗିରଫ ହୋଇଛି । ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ କାଳୁ, ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ମୁନା ଓ ଅଭିଯୁକ୍ତମାନଙ୍କୁ ଲୁଚାଇ ରଖିବା ଅଭିଯୋଗରେ ଟୁଲିଆକୁ ଗିରଫ କରାଯାଇଛି । ସମସ୍ତଙ୍କ ଠାରୁ ମୋବାଇଲ୍ ଓ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି । ମାମଲାରେ ବରାହୀ ଲେନ୍ର କୁନୁମୁନି ସୁଆର ଓ ପ୍ରଫୁଲ୍ଲ ମହାପାତ୍ର ଓରଫ ଟୁଟୁ, ମଙ୍ଗଳାଘାଟର ହରି ପଣ୍ଡା ଏବଂ ଅନ୍ୟ ଜଣେ ଷଡ଼ଯନ୍ତ୍ରକାରୀ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି ।