ପ୍ରଚାର ଶେଷ ଦିନରେ ସରଗରମ ମାହୋଲ:  ପୌର ନିର୍ବାଚନ ପାଇଁ ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଲଢେଇ ଜୋରଦାର

ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ପୌର ନିର୍ବାଚନ ପାଇଁ ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଲଢେଇ ଜୋରଦାର

ତାଳଚେର: ପୌରପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ମାନଙ୍କ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାର କୌଶଳ ସେତିକି ମାତ୍ରାରେ ବଢିବାରେ ଲାଗିଛି। ଚଳିତ ନର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ମତଦାନ ସିଧାସଳଖ ହେବା କାରଣରୁ ଦଳ ମାନଙ୍କ ମଧ୍ୟରେ ପ୍ରଚାର ମାତ୍ରା ତିବ୍ରତର ହେବାସହିତ ଲଢେଇ ତିନି ପ୍ରମୁଖ ଦଳ ବିଜେଡି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଯୋରଦାର ହେଉଛି। ପ୍ରଚାର କ୍ଷେତ୍ରରେ ଶାସକ ବିଜେଡି ଦଳ ଆଗରେ ରହୁଥିବା ବେଳେ ଏହାର୍‌ ମଙ୍ଗକୁ ଖୋଦ ବିଧାୟକ ଶ୍ରୀ  ବ୍ରଜକିଶୋରେ ପ୍ରଧାନ  ଏବଂ ସାଂସଦ ଶ୍ରୀ ମହେଶ ସାହୁ  ପରିଚାଳନା କରୁଛନ୍ତି। ଏହାସହିତ ପ୍ରାର୍ଥୀ ମାନଙ୍କ ପାଇଁ ଯୁବ ସଂଗଠନ ପ୍ରଚାରରେ ସାମିଲ ହୋଇ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ମାଗୁଛନ୍ତି। ୨୧ ଗୋଟି ୱାର୍ଡରେ ବିଜେଡି ତାର ଦେଇଛି ଏବଂ ଏହି ପ୍ରାର୍ଥୀ ମାନେ ଅନ୍ୟ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନଙ୍କ ସହିତ ସିଧାସଳଖ ଭାବେ ଲଢେଇ କରୁଥିବାର ଦେଖାଯାଉଛି। ପ୍ରଚାର ପାଇଁ ଦଳ ମାନଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ମନ ମତାଣିଆ ସଙ୍ଗୀତକୁ ନେଇ ସହର କମ୍ପୁଛି। ୧ନଂ ୱାର୍ଡରୁ ରୁ ବିଜେପିରୁ ସୁକାନ୍ତ ରାୟ ଓ ବିଜେଡିରୁ ଯଶୋବନ୍ତ କୁମାର ମିଶ୍ର  ଙ୍କ ମଧ୍ୟରେ ଲଢେଇ ହେଉଛି। ଗତ ଥର ଏହି ୱାର୍ଡ ଟି ବିଜେଡି ହାତକୁ ଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବିଜେଡି ନିଜ ହାତକୁ ନେବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ବିଜେପି ତାର ପାରମ୍ପାରିକ ଭୋଟରୁ ନେଇ ୱାର୍ଡ ଦଖଲ ପାଇଁ ନିଜର ଉଦ୍ୟମ ଜାରି ରଖିଛି। ସେହିଭଳି ୨ନଂ ୱାର୍ଡରେ ବିଜେଡିରୁ ଯୋଶବନ୍ତ କୁମାର ମିଶ୍ର, ବିଜେପିରୁ ଜ୍ଞାନେଶ ମିଶ୍ର ପ୍ରାର୍ଥୀ ହୋଇଛନ୍ତି ଏଠାରେ ଦ୍ଵିମୁଖୀ ଲଢେଇ ହେବାର ସୁଚନା ମିଳେ। ୩ ନଂ ୱାର୍ଡରେ ବିଜେପିରୁ ଲିସନା ସିଠ, ବିଜେଡିରୁ ଲିପିକା ବେହେରା ପ୍ରାର୍ଥୀ ଥିବାବେଳେ ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ସିଧାସଳଖ ଳଢେଇ ହେଉଛି। ଏହି ୱାର୍ଡଟି ଗତ ଥର ବିଜେପିର ଅକ୍ତିଆରରେ ରହିଥିଲା  ବିଜେଡି ପ୍ରାର୍ଥୀ ଦଳର ସଂଗଠନ ,ନିଜର କାର୍ଯ୍ୟ ଦକ୍ଷତା ଏବଂ ବିଧାୟକଙ୍କ ଆଦର୍ଶକୁ ନେଇ ପ୍ରଚାର ଚଳାଇଛନ୍ତି। ସେହିଭଳି ୪ନଂରେ ବିଜେଡିର ଜଗନ୍ନାଥ ଗଡନାୟକ, ବିଜେପିରୁ ଯୋଶବନ୍ତ ଦାସ ଲଢୁଛନ୍ତି। ଏହି ୱାର୍ଡର ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରଚାର ପ୍ରସାରରେ ଆଗୁଆ ରହିଛନ୍ତି। ଏବଂ ୫ ନଂରେ ବିଜେପିରୁ ବିଶୁ ବେହେରା, ବିଜେଡିରୁ ସଂଜୀବ କୁମାର ବେହେରା, ଏବଂ କଂଗ୍ରେସରୁ ପ୍ରଫୁଲ ନାୟକଙ୍କ ମଧ୍ୟରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି। ୬ ନଂ  ବିଜେଡିରୁ ଜିତେନ୍ଦ୍ର ଭୁତିଆ ରହିଛନ୍ତି,ବିଜେପିରୁ ଜିତେନ୍ଦ୍ର ଦାସ ଏବଂ କଂଗ୍ରେସରୁ ଗଣପତି ସାହୁ ପ୍ରାର୍ଥୀ ।ଏଠାରେ କଡା ମୁକାବେଲା ହେଉଉଥିବାର ଜଣାଯାଏ। ୭ନଂ ପାଇଁ ବିଜେଡିର ଉର୍ମିଲା ବେହେରା,କଂଗ୍ରେସର ଗାୟତ୍ରୀ ବେହେରା, ବିଜେପିରୁ କାଞ୍ଚନ କୁମାରୀ ବେହେରାଙ୍କ ମଧ୍ୟରେ ଲଢେଇ ହେଉଛି।୮ନଂରେ ବିଜେଡିରୁ ବଳରାମ ବେହେରା, ବିଜେପିରୁ ସନ୍ତୋଷ ବେହେରା ପ୍ରାର୍ଥୀ ରହିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ବେଶ ଆଗରେ ରହିଛନ୍ତି। ୯ ନଂରେ ବିଜେଡିରୁ ମମତା ରାଉତ, କଂଗ୍ରେସ ପାଇଁ କବିତା ମହାରଣା, ବିଜେପିରୁ ପଙ୍କଜିନୀ ମହାନ୍ତି ପ୍ରର୍ଥୀ ଥିବା ସହିତ ଏଠାରେ ମଧ୍ୟ ତ୍ରୀମୂଖୀ ଲଢେଇ ହେବାର ସୁଚନା ମିଳେ। ୧୦ ନଂରେ ବିଜେପିର ଅଭିନାଶ କାନୁନଗୋ,ବିଜେଡିରୁ ଅଜିତ କୁମାର ସାହୁ ଏବଂ କଂଗ୍ରେସରୁ ପ୍ରଦୀପ ମହାରଣା ପ୍ରାର୍ଥୀ ରହିଛନ୍ତି ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ  ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଛି। ୧୧ନଂରେ ଦ୍ଵିମୁଖୀ ଲଢେଇ ହେଉଛି ଯାହାକି ବିଜେପିର ପିଙ୍କି ନାୟକ,ବିଜେଡିର ନିରୂପମା ପଟ୍ଟନାୟକ ମଧ୍ୟରେ। ୧୨ ନଂ ରେ ବିଜେପିରୁ ବିରେନ୍ଦ୍ର ଖଣ୍ଡୁଆଳ ଏବଂ ବିଜେଡିରୁ ସଂଜୀବ ଗଡନାୟକଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେଉଅଛି ।  ଏଠାରେ ସ୍ଵାଧୀନ ପ୍ରାର୍ଥୀ ସୁଲେଖ ସେଠୀ ସମସ୍ତଙ୍କୁ ଚକିତ କରିପାରନ୍ତି। ୧୩ ନଂରେ ବିଜେଡିରୁ ରୂପଶ୍ରୀ ସ୍ଵାଇଁ ଏବଂ ବିଜେପିରୁ ସୁଜାତା ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି।୧୪ନଂ ରେ ବିଜେଡିରୁ ବଳବୀନ୍ଦ୍ର ଏବଂ ବିଜେପି ପ୍ରାର୍ଥୀ ଲିଜାରାଣୀଙ୍କ କଡା ଟକ୍କର ହେଉଛି। ଏହାସହିତ ୧୫ ନଂରେ ବିଜେଡିରୁ ସବିତା, କଂଗ୍ରେସରୁ ଅଞ୍ଜନା ଏବଂ ବିଜେପିରୁ କବିତା ମଧ୍ୟରେ ମୁକାବିଲା ହେଉଛି। ଏବଂ ୧୬ନଂ ରେ ବିଜେଡିରୁ ଅବିନାଶ ମହାନ୍ତି ଏବଂ ବିଜେପିରୁ ସ୍ଵାଧୀନ ଥମ୍ବ ପ୍ରାର୍ଥୀ ରହିଛନ୍ତି। ୧୭ ନଂରେ ବିଜେପିରୁ ମୀରା ଖଟୁଆ, ବିଜେଡିରୁ ଅମ୍ବିକା ବେହେରାଏବଂ କଂଗ୍ରେସରୁ ମାନିନୀ ଖାଟୁଆ ରହିଛନ୍ତି। ସେହିଭଳି ୧୮ନଂରେ ବିଜେଡିରୁ ଲିମା ସାହୁ ଏବଂ ବିଜେପିରୁ ବନିତା ସାହୁଙ୍କ ମଧ୍ୟରେ ଲଢେଇ ହେଉଛି। ସେହିପରି ୧୯ନଂରେ ଦ୍ଵିମୁଖୀ ଏବଂ ୨୦ନଂରେ, ୨୧ନଂରେ ତ୍ରିମୂଖୀ ଲଢେଇ ହେଉଛି। ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିର ପବିତ୍ର ଭୁତିଆ ଓ ବିଜେପିର ଯଯାତି ପଟ୍ଟନାୟକଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେଉଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ବାଇ ଓ ଅନ୍ୟ ଅଧ୍ୟକ୍ଷ ପ୍ରାର୍ଥୀ ମାନେ ବିଜେଡ଼ିର ଭୋଟ ଗଣିତରେ ଗୁରୁତ୍ଵପୂର୍ଣ ଭୂମିକା ତୁଲାଇବେ। ବିଜେଡି ଦଳ ପକ୍ଷରୁ ସ୍ୱଛ ଶାସନ ଦେବାପାଇଁ ପ୍ରତିଶୃତି ଦେଉଥିବା ବେଳେ କଂଗ୍ରେସ  ଏବଂ ବିଜେପି ଦୁର୍ନୀତି ମୁକ୍ତ  ପରିଷଦ ଗଠନ ପାଇଁ ଦାବି କରିଛି। ବିଜେଡି ତାର ପାରମ୍ପାରିକ ଭୋଟକୁ ନିଜ ସପକ୍ଷରେ କରିବାକୁ ପ୍ରାୟାସ ଜାରି ରଖିଥିବାବେଳେ ବିରୋଧି ଭୋଟକୁ ଦୁଇ ଦଳ କଂଗ୍ରେସ ଓ ବିଜେପି ପାଖରେ ଭାଗ ହେଉଥିବାରୁ ବିଜେଡି ନିଜର ବିଜୟ ନେଇ ନିଶ୍ଚିତ ରହିଛି। ସେହିଭଳି କଂଗ୍ରେସ ନିଜର ପୂର୍ବାବସ୍ଥା ଫେରାଇ ଆଣିବାକୁ ଯୋରସୋରରେ ଉଦ୍ୟମ ଜାରି ରଖିବା ସହିତ ସମସ୍ତଙ୍କୁ ଏକାଠି କରି ପ୍ରାର୍ଥୀ ମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ଏବଂ ବିଜୟ ନେଇ ଆଶାବାଦୀ ଅଛନ୍ତି। ସେହିଭଳି ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ସହିତ ପରିବର୍ତ୍ତନର ନାରା ତଥା ସବ୍‌କା ସାଥ୍‌ ସବ୍‌କା ବିକାଶ ଏବଂ ସବ୍‌କା ପ୍ରୟାଶ ନାରା ଦେଇ ଲୋକଙ୍କ ପାଖକୁ ଯାଇ ମତଦାନକୁ ନିଜ ସପକ୍ଷରେ ଆଣିବାର ପ୍ରଚେଷ୍ଟା ଜାରି ରଖି ବିଜୟ ପାଇଁ ଆଶାବାଦୀ ହୋଇ ରହିଛି।ଭୋଟର ହିଁ ସ୍ଥିର କରିବେ ଆଗାମୀ ପାଞ୍ଚ ବର୍ଷ କିଏ ତାଳଚେର ପୌର ପରିଷଦ ଗଠନ କରିବ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *