ଫୋକସ ପ୍ଲସର ପ୍ରଭାବ: ଖବର ପ୍ରଶାରଣ ପରେ ଚେତିଲେ ଠିକାଦାର, ବନ୍ଦ ହେଲା ଶିଶୁ ଶ୍ରମିକଙ୍କ କାର୍ଯ୍ୟ I

ଫୋକସ ପ୍ଲସର ପ୍ରଭାବ: ଖବର ପ୍ରଶାରଣ ପରେ ଚେତିଲେ ଠିକାଦାର, ବନ୍ଦ ହେଲା ଶିଶୁ ଶ୍ରମିକଙ୍କ କାର୍ଯ୍ୟ I

ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଏକ ଖବର ଫୋକସ ପ୍ଲସରେ ପ୍ରଶାରିତ ହେବାପରେ ଠିକାଦାର ଓ ଜେଇଙ୍କ ଚେତା ପସିଛି । ଏହି ରାସ୍ତାର ପୋଳ ନିର୍ମାଣ କାମରେ ଶିଶୁ ଶ୍ରମିକମାନେ ନିୟୋଜିତ ହୋଇଥିବା ଦେଖାଯାଇଥିଲା । ଏହି ଖବର ଫୋକସ ପ୍ଲସରେ ପ୍ରଶାରିତ ହୋଇଥିଲା । ଫଳସ୍ବରୂପ ଶିଶୁ ଶ୍ରମିକମାନଙ୍କୁ ଏହି କାର୍ଯ୍ୟରୁ ବାଦ ଦେଇଛନ୍ତି ଠିକାଦାର ‌‌। ତେବେ ସାଇଟରେ ଠିଆ ହୋଇ କାମ ତଦାରଖ କରୁଛି ବୋଲି ଦାବି କରୁଥିବା ଜେଇ ରଞ୍ଜନ ସିଂ କିପରି ପୂର୍ବରୁ ଶିଶୁ ଶ୍ରମିକ ନିୟୋଜନକୁ ନେଇ ପାଟି ଫିଟାଉ ନଥିଲେ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକର ମଶାଣିବନ୍ଧ ଠାରୁ ନର୍ଲା ବ୍ଲକ ଅଧିନସ୍ଥ ବୁଢିପଦର ପର୍ଯ୍ୟନ୍ତ ୭ କିମି ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି । ଏହି ସଡକ ପାଇଁ ପ୍ରାୟ ୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଟିଟିଲାଗଡ଼ର ଠିକାଦାର ବିନୋଦ ଅଗ୍ରୱାଲ ଏହି କାମର ଟେଣ୍ଡର ପାଇଛନ୍ତି । ତେବେ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି । ରାସ୍ତାରେ ମାଟି ପକାଇବା ଠାରୁ ଆରମ୍ଭ କରି ପୋଳ ନିର୍ମାଣ କାର୍ଯ୍ୟରେ ବାଲି-ସିମେଣ୍ଟ ମିଶ୍ରଣ ଓ ବ୍ୟବହାରରେ ଜେଇଙ୍କ କଥା ଓ ପ୍ରକୃତ କାମରେ ତାଳମେଳ ରହୁନଥିବା ଦେଖାଯାଇଛି । ଏହାସହ ଶିଶୁ ଶ୍ରମିକମାନେ ଏଥିରେ କାମ କରୁଥିବା କଥାକୁ ଫୋକସ ପ୍ଲସ ପ୍ରଶାରଣ କରିଥିଲା । ତେଣୁ ଏହାର ପ୍ରଭାବରେ ଶିଶୁ ଶ୍ରମିକମାନଙ୍କୁ କାମକୁ ଆସିବାକୁ ବାରଣ କରିଛନ୍ତି ଠିକାଦାର ଶ୍ରୀ ଅଗ୍ରୱାଲଙ୍କ ମେଟ୍ । ଆଗକୁ ଏହି ରାସ୍ତାର ମାଟି କାମ କରିଥିବା ପେଟି କଣ୍ଟ୍ରାକଟର ମାନଙ୍କ କାର୍ଯ୍ୟର ମଧ୍ୟ ଭଣ୍ଡା ଫୋଡ କରାଯିବ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *