ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ I

ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ I

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା, ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ, ସୂଚନା ଅନୁଯାଇ ଦୀର୍ଘ ଦିନ ତଳେ କମେଣ୍ଟ ମରା ଓ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମଧ୍ୟରେ ମରଣାସ୍ତ୍ର ସହ ରକ୍ତାକ୍ତ ସଂଘଶ୍ର ହୋଇଥିଲା, ଯାହା ଫଳରେ ନରେନ୍ଦ୍ରପୁର ପଂଚାୟତ ର କୀର୍ତିପୁର ଗ୍ରାମର ଗୋଟିଏ ପରିବାର ର 4 ଜଣଙ୍କ ମୃତ୍ୟୁ ଘଟିଥିଲା ମୃତ୍ୟୁ ହୋଇଥିବା ବ୍ୟକ୍ତି ମାନେ ହେଲେ ସଞ୍ଜୟ ସ୍ୱାଇଁ, ଶମ୍ଭୁନାଥ ସ୍ୱାଇଁ, ରାଜା ସ୍ୱାଇଁ ଓ ମଙ୍ଗୁଳୁ ସ୍ୱାଇଁ, ମୃତକ ମାନଙ୍କ ମଧ୍ୟରୁ ଏକ ବାର ବର୍ଷର ନାବାଳକ ସମ୍ପର୍କୀୟ ହୋଇଥିବା ସୂଚନା ମିଳିଛି, ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ, ବର୍ତମାନ ଘଟଣା ସ୍ଥଳରେ ଆସିକା ଏସଡିପିଓ ଉମା ଶଙ୍କର ସିଂ ପହଂଚି ଲୋକମାନଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନଙ୍କ ଦାବି ରହିଛି ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଆମେ ରାସ୍ତାରୁ ହଟିବୁ ନାହିଁ I

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *