
ୟୁକ୍ରେନ କୁ ନାଟୋ ରେ ସାମିଲ କରିବ କି ନାହିଁ ?
- ଦେଶ ବିଦେଶ
- March 23, 2022
- No Comment
- 91
ରୁଷ ୟୁକ୍ରେନ ଯୁଦ୍ଧ ଆଜିକୁ 27 ଦିନରେ ପହଁଚିଲେ ମଧ୍ୟ ଏହାର କୌଣସି ନିଷ୍କର୍ଷ ବାହାରିପାରିନି ରୁଷ କହିବା କଥା ଯେ ନାଟୋ ୟୁକ୍ରେନ କୁ ସହଯୋଗ କରୁଥିବା ଯୋଗୁ ଏପରି ଘନାଘନ ଆକ୍ରମଣ
ହେଉଛି l ସତରେ କଣ ୟୁକ୍ରେନ କୁ ନାଟୋ ସହଯୋଗ କରୁଛି ଯଦି ନାଟୋ ୟୁକ୍ରେନ କୁ ସାହାଯ୍ୟ କରୁଛି ତେବେ ଗତକାଲି ୟୁକ୍ରେନ ରାଷ୍ଟ୍ରପ୍ରମୁଖ କଣ ପାଇଁ ଏସବୁ ମନ୍ତବ୍ୟ ରଖିଲେ l ନାଟୋ ରେ ସାମିଲ ହେବା ପାଇଁ ତାଙ୍କୁ ବହୁତ କିଛି ସହ୍ୟ ବାକୁ ପଡିଛି l ସେ କହିଛନ୍ତି ୟୁକ୍ରେନ କୁ ନାଟୋ ରେ ସାମିଲ କରାଯିବ କି ନାହିଁ l ହଁ, କି ନାହିଁରେ ଉତ୍ତର ଦେବାକୁ ଜେଲେନ୍ସକି କହିଛନ୍ତି l ଆହୁରି ମଧ୍ୟ କହିଛନ୍ତି ଯେ ନାଟୋ ପ୍ରକୃତରେ ରୁଷ କୁ ଭୟ କରୁଛି l ଏହା ଉପରେ କାଳେ ବିପତ୍ତି ମାଡିଆସିବ , ସେହି ଭୟରେ ଏହା ୟୁକ୍ରେନ କୁ ସିଧାସଳଖ ସେନା ସହାୟତା ଯୋଗାଉନାହିଁ l ସେପଟେ ଦେଶର ବିଦେଶ ମନ୍ତ୍ରାଳୟ ରୁଷ ରାଷ୍ଟ୍ରପତି ପୁଟିନ ଙ୍କ ଉପରେ ଡୋନାବାସର ଡ଼ ନେସ୍କ ଓ ଲୁହାନ୍ସ ରୁ ପାଖାପାଖି 2,500 ପିଲାଙ୍କୁ ଅପହରଣ କରି ରୁଷ ପଠାଇଥିବା ଅଭିଯୋଗ ଲଗାଇଛି l ଏହା ପୂର୍ବ ରୁ ୟୁକ୍ରେନ ର ଲୋକମାନଙ୍କୁ ରୁଷ ବନ୍ଧକ ଶ୍ରମିକ ବନାଇ ରଖାଯାଉଥିବା ଅଭିଯୋଗ ହେଉଥିଲା ତାହା ନେଇ ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁl