କର୍ଲାମୁଣ୍ଡା ସମିତି ଉପାଧ୍ୟକ୍ଷ ଭାବରେ ସୁରେନ୍ଦ୍ର ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ।

କର୍ଲାମୁଣ୍ଡା ସମିତି ଉପାଧ୍ୟକ୍ଷ ଭାବରେ ସୁରେନ୍ଦ୍ର ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି ।କର୍ଲାମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ଭୋଇ। ମାର୍ଚ୍ଚ ୨୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଜିଲ୍ଲାର ୧୩ ଗୋଟି ବ୍ଲକରେ ଶାନ୍ତିଶୃଙ୍ଖଳା ସହ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା । କର୍ଲାମୁଣ୍ଡା ବ୍ଲକ ରେ ମ.ରାମପୁର ବିଡିଓ ଶ୍ରୀଯୁକ୍ତ ଉତ୍ତମ କୁମାର ବାଗ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ ।ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ।ତେବେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ଶ୍ରୀଯୁକ୍ତ ସୁରେନ୍ଦ୍ର ଭୋଇ ଜଣେ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ତାଙ୍କ ବିପକ୍ଷରେ କୌଣସି ପ୍ରତିଦ୍ଵନ୍ଦି ନଥିବାରୁ ସେ ନିର୍ବାଚିତ ଘୋଷିତ ହୋଇଥିବା ଜଣାପଡିଛି । ଏଣୁ ସବିଶେଷ ରେ ବିଜେଡ଼ି ସମର୍ଥିତ ସମିତି ଉପଧ୍ୟକ୍ଷ ବୋଲି ଭୋଇ ନିଜକୁ ଘୋଷଣା କରିଥିଲେ।

କର୍ଲାମୁଣ୍ତା ବ୍ଲକ ରୁ ଧନୁର୍ଯ୍ୟ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ ଓଡ଼ିଶା।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *