ଯାତାୟତ ପାଇଁ ପୋଲ ସ୍ୱପ୍ନ , ସାହାରା ପାଲଟିଛି ଆହୁଲା ଡ଼ଙ୍ଗା  I

ଯାତାୟତ ପାଇଁ ପୋଲ ସ୍ୱପ୍ନ , ସାହାରା ପାଲଟିଛି ଆହୁଲା ଡ଼ଙ୍ଗା I

ଖରା ଦିନ ହେଉକି ବର୍ଷା ଦିନ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ ।ଜୀବନ କୁ ବାଜିରେ ଲଗାଇ ବୋରିଗୁମ୍ମା ବ୍ଲକ ଏବଂ
ଦଶମନ୍ତପୁର ବ୍ଲକର ଅନେକ ପଞ୍ଚାୟତବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ସେପଟେ ରାସ୍ତା ନଥିବାରୁ ମଧ୍ୟ ଯାତାୟତ ପାଇଁ ହନ୍ତସନ୍ତ ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ ପରେ ପୋଲ ନିର୍ମାଣ ପାଇଁ ସରକାର ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏଯାବତ୍ ନିର୍ମାଣ ହୋଇନାହିଁ ।
ପଛୁଆ ତଥା ଗ୍ରାମାଞ୍ଚଳ ଗମନାଗମନର ସୁବିଧା ପାଇଁ ଉଭୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଏହା କେତେ ସଫଳ ହୋଇଛି ତାହା ବୋରିଗୁମ୍ମା ବ୍ଲକ ଓ ଦଶମନ୍ତପୁର ବ୍ଲକର ସୀମାନ୍ତ ଦୁଆରଶୁଣି ପଞ୍ଚାୟତକୁ ଦେଖିଲେ ଜଣାପଡେ । ଏ ଅଞ୍ଚଳ ବାସୀ ନିତି ଦିନିଆ ଦଦରା ଦଙ୍ଗା ଉପରେ ନିର୍ଭର କରିଥାନ୍ତି ।ଦାଦାରଦଙ୍ଗାକୁ ଭରଷା କରି ବାଜିରେ ଜୀବନ ଲାଗିବା ଭଳି ମନେ ହେଉଛି | ମୁରାନ ଡେମର ଅକାତ ଅକାତ ପାଣିରେ ବିଛିନାଞ୍ଚଳକୁ ଯାତାୟାତ ପାଇଁ କେବଳ ଦଦରା ଡଙ୍ଗାହିଁ ଭରଷା ହୋଇଛି | ମୁରାନ ଡେମରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବ୍ଲକର ଆଠଟି ଗାଁ ବ୍ଲକ ସଦରମହାକୁମା ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା | ଯାହା ଫଳରେ ଆଜି ଯାଇ ବିକାଶର ପଦ ପଡି ପାରୁନାହିଁ ବିଛିନାଞ୍ଚଳ ହୋଇପଡିଥିଲା । ଦୁଇ ଟି ବ୍ଳକର ହଜାର ହଜାର ଲୋକେ ଏହି ଦଦରା ଡଙ୍ଗା ଦେଇ ଯାତାୟାତ କରିବା ପାଇଁ ପଡୁଛି । କାଠରଗଡା ସାପ୍ତାହିକ ହାଟ କୁ ନୀତିଦିନ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏଠାରେ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଛି କିନ୍ତୁ ବିଭିନ୍ନ ଆଳା ଦେଖାଇ ପୋଲ କାମ ଆରମ୍ଭ ହେଉ ନ ଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି । ତେବେ ପୋଲ କାମ ପାଇଁ ପୋଲର ଡିଜାଇନ ଏବଂ ଖର୍ଚ୍ଚର ଅଟକଳ କରାଯାଇଥିବା ବେଳେ ଜିଲ୍ଲାପାଳ ବିଧାୟକ ସାସଂଦ ମଧ୍ୟ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ତେବେ କେବେ ପୋଲ କାମ ଆରମ୍ଭ ହୋଇ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକେ I

ତେବେ କେବେ ପୋଲ କାମ କେବେ ଆରମ୍ଭ ହୋଇ ଶେଷ ହେବ ତାକୁ ହିଁ ଅଞ୍ଚଳବାସୀ ଅପେକ୍ଷାରେ ଅଛନ୍ତି ।

ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *