
ଗଞ୍ଜାମ ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡ ନାଚ ଆଜିଠାରୁ ଆରମ୍ଭ।
- Breaking newsଦେଶ ବିଦେଶମନୋରଞ୍ଜନରାଜ୍ୟ
- March 24, 2022
- No Comment
- 107
ଦୁଇ ବର୍ଷ ପରେ ବିନା କୋଭିଡ କଟକଣା ରେ ଆରମ୍ଭ ହେଉଛି ଗଂଜାମ ର ପ୍ରସିଦ୍ଧ ଦଣ୍ଡ ନାଚ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡ ନାଚ ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ମଧ୍ୟରେ ପାଳନ କରା ଯାଉଥିଲା ତେବେ ଚଳିତ ବର୍ଷ କରୋନା ପ୍ରଭାବ ନଥିବାରୁ ସମ୍ପୂର୍ଣ କୋଭିଡ କଟକଣା ମୁକ୍ତ ଭାବେ ପାରମ୍ପରିକ ୨୧ଦିନିଆ ଦଣ୍ଡ ନାଚ ଖଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ଵର ଗ୍ରାମରେ ଆରମ୍ଭ ହୋଇଚି। ଦିନ ବେଳା ଦଣ୍ଡୁଆ ଙ୍କ ଦ୍ଵାରା ଧୂଳି ଦଣ୍ଡ କରାଯିବା ସହ ଆଗରୁ ଯେପରି ରାତି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା ସେହିପରି ସାଂସ୍କୃତିକ କIର୍ଯ୍ୟକର୍ମ ଜାରି ରହିବ । ଗତ ବର୍ଷ କୋଭିଡ କଟକଣା କୁ ନେଇ ଜିଲ୍ଲା ପ୍ରଶାସନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇ ଥିଲା । ଏ ନେଇ ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I