ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରୋଗୀଙ୍କୁ କିଟ୍ ବଣ୍ଟନ I

ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ରୋଗୀଙ୍କୁ କିଟ୍ ବଣ୍ଟନ I

ପାତ୍ରପୁର ଗ୍ରାମର ମୂରଲୀ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ପରିବାର ତରଫରୁ ପାତ୍ରପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସତ୍ୟସାଈ ନଂର୍ସି ହୋମ ରେ ଥିବା ରୋଗୀ ମାନଙ୍କୁ ଗ୍ଳୁକୋଜ୍, ବିସ୍କୁଟ, ଏପଲ, କଦଳୀ ପ୍ରମୁଖ ସାମଗ୍ରୀ କିଟ୍ କୁ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । ପରିବାରର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁଅ ତ୍ରିପତି ନାୟକ, ଶଶିଲତା ନାୟକ, ପ୍ରବୀଣ ନାୟକ, ବିଶ୍ବଜିତ ନାୟକ, ବନ୍ଦନ ନାୟକ, ଶଶାଙ୍କ ଶେଖର ନାୟକ ପ୍ରମୁଖଙ୍କ ସହ ଉଭୟ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ମୂରଲୀ ଜଣେ ପରୋପକାରୀ, ସ୍ନେହି ସହିତ ଜଣେ ଭଲ ମଣିଷ ଥିଲେ । ତାଙ୍କର ମୃତ୍ୟୁର ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମୂରଲୀଙ୍କ ଗୁଣଗାନ କରିଥିଲେ ।

ପାତ୍ରପୁର ରୁ ମାଧବ ବାଡତ୍ୟା ଙ୍କ ରିପୋର୍ଟ।

 

Related post

IPL ରେ ଇତିହାସ ରଚିଲା LSG I

IPL ରେ ଇତିହାସ ରଚିଲା LSG I

ଫୋକସ ପ୍ଲସ 19/5/22 :ଆଇପିଏଲ ଇତିହାସରେ ରେକର୍ଡ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍ । କୋଲକତା ନାଇଟ୍ ରାଇଡ଼ରର୍ସ ବିପକ୍ଷରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିନା ୱିକେଟରେ…
ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଯୁବକ

ଫୋକସ ପ୍ଲସ 19/5/22 (ପୁରୀ) : ନିମାପଡା ଏନ୍ ଏ ସି ଅଞ୍ଚଳରେ ଜୈନିକା ନାବାଳିକା କୁ ବଳାତ୍କାର କରିବା ଅଭିଯୋଗ ରେ ତାର ସମ୍ପର୍କୀୟ ବିବାହିତ ଯୁବକ…
ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଆସନ୍ତାକାଲି ଜିଆନଭାପି ମସଜିଦ ମାମଲାର ଶୁଣାଣି କରିବେ SC I

ଶୁକ୍ରବାର ଦିନ ଅପରାହ୍ନ 3 ଟାରେ ଜୟନଭାପି ମସଜିଦ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବାରାଣାସୀ କୋର୍ଟରେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଛି। ବାରାଣସୀ ଅଦାଲତର ଏହି ଅଞ୍ଚଳକୁ…

Leave a Reply

Your email address will not be published.