ମେଡ଼ିକାଲ ଶୌଚାଳୟ ରେ ପ୍ରସବ କଲେ ମହିଳା।

ମେଡ଼ିକାଲ ଶୌଚାଳୟ ରେ ପ୍ରସବ କଲେ ମହିଳା।

ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଓଡ଼ାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ। ସକାଳେ ଜଣେ ଗର୍ଭବତୀ ମହିଳା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ରେ ମେଡିକାଲ କୁ ଆସିବାପରେ , ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଲା ପଡ଼ିଥିବା ଦେଖିଥିଲେ। କଷ୍ଟ ଯନ୍ତ୍ରଣା ସହ୍ୟ ନକରିବାରୁ ମେଡିକାଲ ଶୌଚାଳୟ ଆଗରେ ଯାଇ ବିଶ୍ରାମ ନେଇଥିଲେ । ମହିଳା ଓ ତାଙ୍କ ପରିବାର ଲୋକ ଯେତେ ଚିତ୍କାର କଲେ ବି ଡିଉଟି ଥାଇ ମଧ୍ୟ କୌଣସି ମେଡ଼ିକାଲ ଷ୍ଟାଫ୍ କିମ୍ୱା ଡାକ୍ତର ଆସିବା ତ ଦୂର କଥା ଫୋନ ବି ଉଠାଇ ନଥିଲେ । ଶେଷରେ ସେଠାରେ ଉପସ୍ଥିତ ଥିବା ସୁଇପର ମହିଳା ଙ୍କ ର ପ୍ରସବ କରାଇବା ସହିତ ନାହି ମଧ୍ୟ କାଟିଥିଲେ।
ସରକାର ମହିଳା ମାନଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲୀଥିବା ବେଳେ ଜଦି ମହିଳା ଜଣଙ୍କ ବେଡ ନପାଇ ଶୌଚାଳୟ ରେ ପ୍ରସବ କରେ ତାହାଲେ ଏ ସରକାରୀ ଯୋଜନା କାହା ସ୍ୱାର୍ଥରେ ଏବଂ ଯେଉ ମାନେ ଏଥି ପାଇଁ ଦାୟୀ, ଆଗାମୀ ଦିନରେ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା।

ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ରୁ ସୁମିତ୍ରା ଭୂତିଆ

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *