କଲଭଟ୍ କୁ ଧକ୍କା ଦେଲା ସ୍କୁଟି ,ଜଣେ ଗୁରୁତର।

କଲଭଟ୍ କୁ ଧକ୍କା ଦେଲା ସ୍କୁଟି ,ଜଣେ ଗୁରୁତର।

ବନ୍ତ ଆଗରପଡା ରାସ୍ତାର ପାନପଦୀ କଲଭଟ୍ ନିକଟରେ ଆଜି ଅପରାହ୍ନରେ ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ଜଣକ ଗୁରୁତର ଆହତ ହୋଇଥିବା ଜଣାଯାଇଛି I ସୂଚନା ଯୋଗ୍ୟ ଯେ ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ବିନୋଦ ବିହାରୀ ଯେନା ଆଜି ଅପରାହ୍ନରେ ନିଜର ପ୍ଲେଜର ସ୍କୁଟି ନଂ ଓଡ଼ି_୨୨_ଏ_୭୯୩୦ ଯୋଗେ ଆଗରପଡା ପଟୁ ବନ୍ତ ଆଡକୁ ଆସୁଥିଲେ I ଆରୋହୀ ଜଣକ କୌଣସି କାରଣରୁ ଭାରସାମ୍ୟ ହରାଇ ପାନପଦୀ ବିଲ ନିକଟରେ ଥିବା ଏକ କଲଭଟକୁ ଧକ୍କା କରି ରାସ୍ତା ଉପରେ ପଡିଯାଇଥିଲେ I ଗାଡି ଦୁର୍ଘଟଣା ଗ୍ରସ୍ତ ହେବା ଦେଖି ଦୂରରେ ଥିବା କିଛି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ l ଖବର ପାଇ ଆଗରପଡ଼ାରୁ ୧୦୮ ଆମ୍ବୁଲାନ୍ସ ଆସି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ରିପୋର୍ଟ ହୋଇନଥିବା ଜଣାଯାଇଛି। ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *